Author: Purva Paksha

ରାଜ୍ୟ ବିଜେପିର ମଙ୍ଗୁଆଳ ଭାବେ ପୁଣିଥରେ ଦାୟିତ୍ୱ ନେବେ ମନମୋହନ ସାମଲ। ଆଜି ଔପଚାରିକ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ଏହି ଘୋଷଣା ମାଧ୍ୟମରେ ବିଜେପି ଏହି ବାର୍ତ୍ତା ଦେଇଛି ଯେ ଦଳରେ ସବୁକିଛି ଠିକ୍‍ଠାକ ଚାଲିଛି। ଗଲା ୨ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସଭାପତି ଥିବା ମନମୋହନ ସାମଲଙ୍କ ବିରୋଧରେ କୌଣସି ସ୍ୱର ଉଠି ନାହିଁ। ସେ ଦଳକୁ ଚଳାଇବାକୁ ଅପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ସତରେ କ’ଣ ଏ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଥିଲା, ନା ଦଳ ଭିତରେ ଥିବା ବିବାଦ, ମତଭେଦ ଓ ସମୀକରଣକୁ ଚାପରେ ଚେପା କରିଦିଆଗଲା? ଯଦି ଚାପରେ ଚେପା ହୋଇଥାଏ ତେବେ ସେ ନେତାମାନେ ଆଗକୁ ପାଉଁଶ ତଳର ନିଆଁ ଭଳି କୁହୁଳିବେ ନାହିଁ ତ? ପୁଣି ଦୀର୍ଘ ଦିନ ହେଲା ବିଜେପିରେ ଚାଲିଥିବା ଖିଟିର-ପିଟିର କେମିତି ପ୍ରଶମିତ ହେଲା? ଏଠି ପାଉଁଶ ତଳର ନିଆଁ କଥା କହିଲେ…

Read More