Author: Purva Paksha

ଚଳିତ ବର୍ଷ ଶେଷଆଡ଼କୁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ରହିବେ ନା ନାହିଁ? ବୟସର ଇଙ୍ଗିତକୁ ମୋଦୀ ଗ୍ରହଣ କରିବେ ନା ନାହିଁ? ବାରମ୍ବାର ବୟସ କଥା ମନେପକାଇ ମାହନ ଭାଗବତ ମୋଦୀଙ୍କ ରାସ୍ତାରେ କଣ୍ଟା ସାଜିବେ କି? ନା ମୋଦୀ ହେବେ ସବୁଠାରୁ ଭିନ୍ନ, ଅନନ୍ୟ? ଏମିତି ଅନେକ ପ୍ରଶ୍ନ ଏବେ ଭାରତୀୟ ରାଜନୀତିରେ ଚର୍ଚ୍ଚା ହେଉଛି। ଆଉ ଏ ଚର୍ଚ୍ଚାକୁ ଖୋରାକି ଦେଉଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖିଆ ମୋହନ ଭାଗବତ। ବିଜେପିର ଅଭିଭାବକ କହିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ବୁଝାଏ। ଦେଶରେ ନୈତିକତା, ସଂଗଠନ ଏବଂ ରାଷ୍ଟ୍ରବାଦକୁ ପ୍ରଚାର ପ୍ରସାର କରୁଥିବା ଏହି ସଂଘ ବିଜେପିର ମାର୍ଗଦର୍ଶକ। ଅପରପକ୍ଷେ ଏକଦା ସଂଘର ସକ୍ରିୟ ପ୍ରଚାରକ ଥିବା ନରେନ୍ଦ୍ର ଦାମୋଦର ଦାସ ମୋଦୀ ହେଉଛନ୍ତି ଏବେ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ। ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ଓ ଶୀର୍ଷତ୍ୱ ହାସଲ କରିଥିବାବେଳେ ଲୋକଙ୍କ ଲଗାତାର…

Read More