Author: Purva Paksha

ଗଣତାନ୍ତ୍ରିକ ପରିବେଶର ବିଧିବ୍ୟବସ୍ଥା ଭିତରେ ସରକାର ବଦଳିଥାଏ। ଲୋକମାନେ ବିକଳ୍ପ ଖୋଜନ୍ତି। ଯେଉଁ ଦଳ ଲୋକମାନଙ୍କୁ ତାଙ୍କ ଇଚ୍ଛା ମୁତାବକ ପ୍ରତିଶ୍ରୁତି ଦିଏ ତାଙ୍କୁ ଲୋକମାନେ ସରକାର ଭାବେ ବାଛନ୍ତି। ଭାରତୀୟ ଗଣତନ୍ତ୍ରରେ ପ୍ରତି ୫ ବର୍ଷରେ ଥରେ ନାଗରିକଙ୍କୁ ଏପରି ସୁଯୋଗ ମିଳେ। ଓଡ଼ିଶାର ରାଜନୀତିକ ଇତିହାସରେ ୨୦୨୪କୁ ମିଶାଇ ୧୭ ଥର ବିଧାନସଭା ଗଠନ ହୋଇଛି। ଅର୍ଥାତ୍‍ ୧୯୫୨ ପରେ ୧୭ ଥର ନିର୍ବାଚନ ହୋଇଛି। ତଥାପି ସରକାରଙ୍କ ବିରୋଧରେ ଲୋକଙ୍କ କ୍ରୋଧ, ରୋଷ ବିଭିନ୍ନ କାରଣ ଯୋଗୁ ହୋଇ ଆସିଛି। ଏଥିରୁ ବିଜୁ ବାବୁ ବାଦ୍‍ ପଡ଼ି ନାହାନ୍ତି କି ଜାନକୀ ବାବୁ। ଏପରିକି ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଭଳି ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ମଧ୍ୟ ବାଦ୍‍ ପଡ଼ି ନାହାନ୍ତି। ହେମାନନ୍ଦ ବିଶ୍ୱାଳ, ବିନାୟକ ଆଚାର୍ଯ୍ୟଙ୍କ ଭଳି ସ୍ୱଳ୍ପଦିନ ମୁଖ୍ୟମନ୍ତ୍ରୀତ୍ୱ ସମ୍ଭାଳିଥିବା ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହାନ୍ତି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ନିରଙ୍କୁଶ ଶାସନକୁ…

Read More