Author: Purva Paksha

ଗଣତନ୍ତ୍ର ଓ ଗଣତନ୍ତ୍ରର ଶାସନ – ଏକଥା ମିଛ। ସବୁକିଛି ବ୍ୟବସ୍ଥା ହାତରେ। ବ୍ୟବସ୍ଥା ନ ଚାହିଁଲେ କେହି କିଛି କରିବା ସମ୍ଭବ ନୁହେଁ। ଗଣତନ୍ତ୍ର କେବଳ ରାଜନୀତି ଲାଗି, ରାଜନୀତି ଦ୍ୱାରା ଓ ରାଜନୀତିର। ବ୍ୟବସ୍ଥା ବ୍ୟତୀତ ସମସ୍ତେ ଏଠି ଅସହାୟ। ଏହା ବାଲେଶ୍ୱର ଘଟଣାରୁ ପ୍ରମାଣିତ। ଗୋଟିଏ ଉଚ୍ଚଶିକ୍ଷିତା ଝିଅ ୬ ମାସ କାଳ ନିଜ ଇଜ୍ଜତ ରକ୍ଷା ଲାଗି ଲଢ଼ିଲେ। ନିଜ ମହାବିଦ୍ୟାଳୟ ଯାହାକୁ ଆମେ ଶିକ୍ଷାର ମନ୍ଦିର କହିଥାଉ ସେଠାରେ ନିର୍ଯାତିତ ହୋଇ ବ୍ୟବସ୍ଥା ଆଗରେ ହାରି-ଗୁହାରି କଲେ। ଜଣ ଜଣ କରି ସବୁ ବ୍ୟବସ୍ଥାଧାରୀଙ୍କୁ ନିବେଦନ କଲେ। ଯାହାଙ୍କ ପାଖରେ ସିଧାସଳଖ ପହଞ୍ଚି ପାରିଲେ ସେଠି ପହଞ୍ଚିଲେ। ଯେଉଁଠି ପହଞ୍ଚି ପାରିଲେ ନାହିଁ ସେଠାରେ ନିଜର ଅଭିଯୋଗକୁ ପହଞ୍ଚାଇଲେ। ମାତ୍ର କେଉଁଠି ହେଲେ ମଧ୍ୟ ନ୍ୟାୟ ପାଇଲେ ନାହିଁ । ପ୍ରଥମେ ଅଧ୍ୟାପକଙ୍କ ବିରୋଧରେ ସେ କଲେଜର ମୁଖ୍ୟ-ପ୍ରିନ୍ସିପାଲଙ୍କ ପାଖରେ ଅଭିଯୋଗ ଆଣିଲେ। ପରେ…

Read More