Author: Purva Paksha

ଦୁଇଦିନ ଜୀବନ ସହ ସଂଗ୍ରାମ କରିବା ପରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଏଫ୍‍ଏମ୍‍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଏଡ୍‍ ଛାତ୍ରୀ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ। ନିଜ ଉପରେ ହେଉଥିବା ଅନ୍ୟାୟକୁ ସେ ଆଇନଗତ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହିଁଥିଲେ। କଲେଜଠୁ ସରକାର, ସମାଜଠୁ ଆଇନ ଯାଏ ନ୍ୟାୟ ପାଇଁ ଦାବି କରିଥିଲେ। ଚିଠି ଲେଖିଲେ, ଯୁକ୍ତି ଉପସ୍ଥାପନ କଲେ, ଦୃଷ୍ଟି ଆକର୍ଷଣ କରିବାକୁ ବି ଚେଷ୍ଟା କଲେ। ହେଲେ ଅସଜଡ଼ା ବ୍ୟବସ୍ଥା ପୂର୍ବଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଧ୍ୟାନ ଦେଲା। ଅର୍ଥାତ୍‍ ଧୈର୍ଯ୍ୟ ହରାଇଲେ ଏ ସାହସୀ ଝିଅ। ଆଉ ନିଜ ଦେହକୁ ନିଜେ ଜାଳି ଦେବାକୁ ବି ପଛାଇଲେ ନାହିଁ। ସେ ତ ଆଖି ବୁଜିଦେଲେ।  କିନ୍ତୁ ଏହା କ’ଣ ଦର୍ଶାଇଲା? ଆଜି ଶାସନ ଓ ସରକାର ଯେ ସାଧାରଣ ଲୋକର ଦୁଃଖ ଶୁଣିବାକୁ ଅକ୍ଷମ ତାହା ଆଉଥରେ…

Read More