Author: Purva Paksha

ଖ୍ରୀଷ୍ଟ ଜନ୍ମର ୬୪ ବର୍ଷ ପରର କଥା। ଖ୍ରୀଷ୍ଠଧର୍ମର ଅନ୍ୟତମ ପେଣ୍ଠସ୍ଥଳ ରୋମ୍‍ ସାମ୍ରାଜ୍ୟରେ ନିଆଁ ଲାଗିଥାଏ। ସମ୍ରାଟ ଥାଆନ୍ତି ନେରୋ। ଦେଶର ହାହାକାର ପଡ଼ିଥାଏ। ଲୋକେ ଉଦବେଳିତ ହେଉଥାଆନ୍ତି। ସମ୍ରାଟଙ୍କୁ ଗୁହାରି କରୁଥାଆନ୍ତି। ସମ୍ରାଟ ତାଙ୍କ ଦୁଃଖ ଶୁଣିବେ। କିନ୍ତୁ ସମ୍ରାଟ ନେରୋ ବଡ଼ ଆନନ୍ଦରେ ନିଜ ରାଜପ୍ରାସାଦ ଭିତରେ ମତୁଆଲା ହୋଇ ରହିଥିଲେ। ବୀଣା ଭଳି ଏକ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ଲାଏର ବଜାଇବାରେ ମସଗୁଲ୍‍ ଥିଲେ। ଏପଟେ ରୋମ୍‍ ଜଳୁଥିଲା। ଏ କାହାଣୀ ସମ୍ପୂର୍ଣ୍ଣରୂପେ ତଥ୍ୟ ଆଧାରିତ ଥିଲା। କିନ୍ତୁ ଆଜି ଯାଏ ଯେଉଁଠି ବି ବିପତ୍ତି ଆସୁଛି ଆଉ ରାଜା ନିଜ ଦୁନିଆରେ କ୍ଷମତା ଭିତରେ ଉନ୍ମାଦିତ ହେଉଥାନ୍ତି ସେଠାରେ ଏ କାହାଣୀ ଉଦାହରଣ ଦିଆଯାଇ ଆସୁଛି। ଆଜି ଓଡ଼ିଶାରେ ମଧ୍ୟ ଏବେକାର ରାଜା ତଥା ସରକାରର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପ୍ରତି ଏ କାହାଣୀ ଏଠାରେ ଉଦ୍ଧାର କରାଯାଇପାରେ। ଯେତେବେଳେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ…

Read More