Author: Purva Paksha

ରାଜ୍ୟର ନିକମା ପ୍ରଶାସନ ସହ ମୁଣ୍ଡବିନ୍ଧା ମନ୍ତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ପୂରା ଟେନ୍‍ସନରେ ଅଛନ୍ତି। ୧୩ମାସର ସରକାର ହୋଇଥିଲେ ବି ରାଜ୍ୟରେ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବାରେ ତାଙ୍କ କ୍ୟାବିନେଟରେ ଥିବା ଆତ୍ମମୁଗ୍ଧ ମନ୍ତ୍ରୀମାନେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସରଳ ଭାବମୂର୍ତ୍ତିରେ ଅଳନ୍ଧୁ ଜମିଲାଣି। ଲୋକେ କହିଲେଣି ମୋହନ ଭିଡ଼କୁ ନୁହନ୍ତି। ଆଉ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ପଛରେ ଯଦି କାରଣ ଖୋଜାଯାଏ ତେବେ ଆଗକୁ ଆସିବେ ମୋହନଙ୍କ କ୍ୟାବିନେଟ୍‍ର ୭ ଜଣ ମନ୍ତ୍ରୀ। ସେମାନେ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ରାଜ୍ୟରେ ମୋହନ…

Read More