Author: Purva Paksha

କଂଗ୍ରେସଠୁ ବି ବିଜେପିରେ ଅବସ୍ଥା ଖରାପ। ନେତା, ସଂଗଠନ ସବୁଠି କେବଳ ଲବି, ଗୋଷ୍ଠୀବିବାଦ ଏବଂ ନିଜ ଚୌକି ବଞ୍ଚାଇବାର ପ୍ରୟାସ। ଯେଉଁ ପରମ୍ପରା ଲାଗି କଂଗ୍ରେସ ତଳିତଳାନ୍ତ ହୋଇଗଲା ଠିକ୍‍ ସେହି ଅବସ୍ଥାର ରୂପାନ୍ତରଣ ଦେଖିବାକୁ ମିଳୁଛି  ଭାରତୀୟ ଜନତା ପାର୍ଟିରେ। ଓଡ଼ିଶାର ସଂଗଠନ ଓ ସରକାରଙ୍କୁ ଦେଖିଲେ ଏହାକୁ ଆକଳନ କରିବା ବହୁତ ସହଜ। ସେଥିଲାଗି ବର୍ଷେ ପୂରିଲା ପରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ। ସଂଗଠନରେ ଦାୟିତ୍ୱ ବଣ୍ଟା ହୋଇପାରୁନାହିଁ। ପରିସ୍ଥିତି ଏମିତି ହୋଇଛି ଯେ ଏହା କ୍ଷମତାର ରୋଗ ନା ଅଛିଣ୍ଡା ଅଙ୍କ ତାହା ଜଣାପଡ଼ୁନି। କିଛିଦିନ ହେଲା ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଖୁବ୍‍ ଜୋର ଧରିଛି। ବିଶେଷ କରି ଏକ ବର୍ଷ ପୂର୍ତ୍ତି ପରେ ମୁଖ୍ୟମନ୍ତ୍ରୀ ଯେବେଠୁ ଦିଲ୍ଲୀ ଟୁର ସାରି ଫେରିଲେଣି ଏହି ଚର୍ଚ୍ଚା ପ୍ରତିଦିନ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରତିଫଳିତ ହେଉଛି। ପୁଣି ନିକଟରେ ମୁଖ୍ୟମନ୍ତ୍ରୀ…

Read More