Author: Purva Paksha

ଓଡ଼ିଶା ସରକାର ଲୋକଙ୍କ ପାଇଁ କ’ଣ ନିଷ୍ପତ୍ତି ନେଉଛନ୍ତି ବା ନ ନେଉଛନ୍ତି ଯେତିକି ଚର୍ଚ୍ଚା ହେଉନି ଏବେ କିନ୍ତୁ ଅଧିକ ଚର୍ଚ୍ଚିତ ହେଉଛି ମନ୍ତ୍ରିମଣ୍ଡଳର ଆଭ୍ୟନ୍ତରୀଣ ବ୍ୟାପାର। କେତେବେଳେ ମନ୍ତ୍ରିମାନଙ୍କ ପ୍ରୋଗ୍ରେସ୍‍ ରିପୋର୍ଟ ମଗାଯାଉଛି ତ ଆଉ କେତେବେଳେ କିଏ କେଉଁ ଗୋଷ୍ଠୀର ତାହାକୁ ନେଇ ଆଲୋଚନା ହେଉଛି। ପୁଣି କ୍ଷମତା କେନ୍ଦ୍ରକୁ ସନ୍ତୁଳିତ କରିବା ପାଇଁ ପ୍ରତି ଅଞ୍ଚଳ, ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ସରକାରଙ୍କ ରଣନୀତିକାରମାନେ। ଏ ଭିତରେ ରାଜ୍ୟ ରାଜନୀତିରେ କିଛି ନବାଗତ ବିଧାୟକ ପୁଣି ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉଠିଛି। ଆଉ ସେ ତାଲିକାରେ ରହିଛନ୍ତି ଲୁଲୁ ଲଳନା ଉପାସନା ମହାପାତ୍ର। ବ୍ରହ୍ମଗିରିରେ ବିଜେଡି ଷ୍ଟ୍ରଙ୍ଗମ୍ୟାନ୍‍ ସଞ୍ଜୟ ଦାସବର୍ମାଙ୍କୁ ନିର୍ବାଚନ ପୂର୍ବରୁ ତଡ଼ିପାର କରିବାରେ ତାଙ୍କ ଲୋକପ୍ରିୟତାକୁ ମନେପକାଯାଇପାରେ। ଏପରିକି ଏବେ ଉପମୁଖ୍ୟମନ୍ତ୍ରୀ କୁର୍ସିରେ ବସିଥିବା ପ୍ରଭାତୀଙ୍କ ପାଇଁ ସେ ଆହ୍ୱାନ ହୋଇପାରନ୍ତି। ପ୍ରଭାତୀ ପରିଡ଼ା ହେଉଛନ୍ତି ଜଗତସିଂହପୁର ଲୋକସଭା ଓ…

Read More