Author: Purva Paksha

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଡାକ ନାଁ ହେଲା ଟିଟ। ତାଙ୍କ ଅଧୀନରେ ରହିଛି ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ। ଶ୍ରୀମନ୍ଦିର ବ୍ୟାପାର ଆଇନ ବିଭାଗ ଅଧୀନରେ ଥିବାରୁ ତାଙ୍କ ବିଭାଗ ଦାୟିତ୍ୱରେ ରହିଛି ରଥଯାତ୍ରା, ଶ୍ରୀମନ୍ଦିର ପରିଚାଳନା, ଶୃଙ୍ଖଳିତ ଦର୍ଶନ, ରତ୍ନଭଣ୍ଡାର ପ୍ରସଙ୍ଗର ମୁଖ୍ୟ ନୀତି ନିର୍ଦ୍ଧାରକ, ଅନୁମୋଦନକାରୀ ଓ ସମୀକ୍ଷକ। ହେଲେ ଏସବୁ ବିଭାଗରେ ଗତ ଏକବର୍ଷ ହେଲା ଅନେକ ବିଭ୍ରାଟ ଦେଖିଛନ୍ତି ରାଜ୍ୟବାସୀ। ବିଭ୍ରାଟର ସବୁ ସୀମା ପାର ହୋଇଯାଇଥିଲା ରଥଯାତ୍ରା ସମୟରେ ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନେକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ଲାଗି ରାଜ୍ୟବାସୀଙ୍କ ସମ୍ମୁଖରେ ନିଃସର୍ତ୍ତ କ୍ଷମା ମାଗିଲେ। କିନ୍ତୁ ଆଇନ ମନ୍ତ୍ରୀଙ୍କ ମୁହଁରୁ ଆହାଃ ପଦଟିଏ ଶୁଣାଗଲା ନାହିଁ? କାହିଁକି ନିଜ ବିଭାଗର ବିଫଳତାକୁ ନେଇ ନିଜେ ଦାୟୀ ହେଲେ ନାହିଁ ପୃଥ୍ୱୀରାଜ ହରିଚନ୍ଦନ ଓରଫ ଟିଟ? ସେ କ’ଣ ମୁଖ୍ୟମନ୍ତ୍ରୀ ମୋହନମାଝିଙ୍କ ଠାରୁ ଉର୍ଦ୍ଧ୍ୱରେ?…

Read More