Author: Purva Paksha

କଥାରେ ଅଛି ଲୁହା କଅଁଳ ହେଲେ ବିଲେଇ କାମୁଡ଼େ। ଏ କଥାଟି ଓଡ଼ିଶା ଶାସନ ପାଇଁ ପୂରା ଉପଯୋଗୀ ମନେହେଉଛି। ରାଜ୍ୟ ସରକାର ଭିତରେ ଓ ବାହାରେ ଚାଲିଥିବା ରାଜନୀତିକ ପ୍ରତିଦ୍ୱନ୍ଦ୍ୱିତା ତଥା ଗୋଷ୍ଠୀବିବାଦ, ଲବି ମୁଖ୍ୟମନ୍ତ୍ରୀଙ୍କୁ ଯେ ଦୁର୍ବଳ କରି ଦେଇଛି ତାହା ଆଉ କହିବାର ଆବଶ୍ୟକତା ନାହିଁ।  ଆଉ ଏହାର ଫାଇଦା ଖୋଦ ମୁଖ୍ୟ ସଚିବ ବି ପରୋକ୍ଷ ଭାବେ ହାସଲ କରୁଥିବା ଅଭିଯୋଗ ହେଉଛି। ଅବଶ୍ୟ ଏ ବିଷୟଟି ଅତ୍ୟନ୍ତ ଗମ୍ଭୀର।  ଗତ କିଛିଦିନ ତଳେ ମୁଖ୍ୟ ସଚିବଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍‍ ଅଧିକାରୀ ପରାମର୍ଶଦାତା ଥିବା ଏକ ଏନ୍‍ଜିଓ ଯେଉଁଭଳି ଭାବରେ ସରକାରୀ ପ୍ରକଳ୍ପକୁ ରୂପାୟନ ଲାଗି ଚୁକ୍ତିବଦ୍ଧ ହେଲା ତାହା ଏହି ଅଭିଯୋଗକୁ ସ୍ପଷ୍ଟ କରୁଛି। ଏହା ପ୍ରମାଣିତ କରୁଛି ଯେ, ମୁଖ୍ୟମନ୍ତ୍ରୀ ନିଜ କୁର୍ସି ବଞ୍ଚାଇବାକୁ ସଂଗ୍ରାମ କରୁଥିବାବେଳେ ତାଙ୍କ ବିଶ୍ୱସ୍ତ ଅଧିକାରୀମାନେ ପାରିବାରିକ ଫାଇଦା ପାଇଁ ଲାଗି ପଡ଼ିଛନ୍ତି। ଓଡ଼ିଶା…

Read More