Author: Purva Paksha

ଓଡ଼ିଶା ସରକାରଙ୍କ ଉପରେ ଆପଣଙ୍କ ଭରସା କେତେ?  ଅପରାଧ ନିୟନ୍ତ୍ରଣରେ ରାଜ୍ୟ ପ୍ରଶାସନ କେତେ ସଫଳ? ଶାନ୍ତିପ୍ରିୟ ରାଜ୍ୟ ବୋଲି କହୁଥିବାର ଓଡ଼ିଶା ସତରେ ଅପରାଧ ଓ ସଂଗଠିତ ଅପରାଧର ଚରାଭୂଇଁ ପାଲଟିଛି କି? ଏମିତି ଅନେକ ପ୍ରଶ୍ନ ମନ ଭିତରେ ଉଠିବା ପଛରେ ସାଧାରଣ ନାଗରିକଙ୍କ ଚିନ୍ତା ଚୈତନ୍ୟ ଅପେକ୍ଷା ଦଳ ଭିତରେ ସାମ୍ବିଧାନିକ ପଦପଦବୀରେ ବସିଥିବା ବିଜେପି ନେତାମାନଙ୍କ ଆଶଙ୍କା ରହିଛି। ସେ ପୁଣି ଛୋଟ ମୋଟ ପଦବୀ ନୁହେଁ ରାଜ୍ୟର ଉପ ବାଚସ୍ପତି ଏମିତି ଆଶଙ୍କା କରି ରାଜ୍ୟ ସରକାରଙ୍କୁ କଠୋର ଅପରାଧିକ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ବର୍ତ୍ତମାନର ଆଇନ ଏବଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଭିଡ଼କୁ ନୁହେଁ। ଭାରତ ବର୍ଷରେ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପରିଚିତ। ଏହାର ଲୋକମାନେ ଅପରାଧ ଓ ଅପରାଧିକ କାରନାମାକୁ ଦୂରରୁ ଜୁହାର କରନ୍ତି। ପୁଲିସ ଓ କୋର୍ଟଠାରୁ ଦୂରରେ ରହିବାକୁ…

Read More