Author: Purva Paksha

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ବିଜେପିର ମୂଳପିଣ୍ଡଭାବେ ଗ୍ରହଣ କରାଯାଏ। ଏପରିକି ବିନା ସଂଘରେ ବିଜେପିର ଅସ୍ତିତ୍ୱ ନାହିଁ ବୋଲି ବି ଅତୀତରେ ଅନୁଭବ ହୋଇଛି। ସେଥିଲାଗି ନିର୍ବାଚନ ଥାଉ ବା ନ ଥାଉ ବିଜେପି ସବୁବେଳେ ସଂଘ ପରାମର୍ଶ ପାଇଁ ଆତୁର ରହେ। ଆଉ ଯେତେବେଳେ ବିଜେପିର ନେତୃତ୍ୱ ସଂଘ ବିନା ବିଜୟ ହାସଲ କରିବ ବୋଲି ଭାବେ ସେତେବଳେ ବିପର୍ଯ୍ୟୟ ଆସେ। ଏହା ଅନେକ ଥର ପ୍ରମାଣିତ ହୋଇଛି। ପ୍ରତ୍ୟକ୍ଷ ରାଜନୀତିରେ ହସ୍ତକ୍ଷେପ ନ କରିବା ସଂଘର ନୀତି ଓ ଆଦର୍ଶ। ହେଲେ ସରକାରଙ୍କୁ ପରାମର୍ଶ ଦେବାକୁ ଯାଇ ବିଭିନ୍ନ ସଭାସମିତିରେ ସଂଘ ସୁପ୍ରିମୋ ଯାହା କହନ୍ତି ତାହା ବିଜେପି ଓ ଏହା ନେତାଙ୍କ ଲାଗି ଏକ ବଳିଷ୍ଠ ବାର୍ତ୍ତାରେ ପରିଣତ ହୁଏ। ଆଉ ଏମିତି ଏକ ବାର୍ତ୍ତା ସଂଘ ସୁପ୍ରିମୋ ଗତକାଲି ନାଗପୁରରେ ପ୍ରଦାନ କରିଛନ୍ତି। ଯାହା ବିଶ୍ୱଗୁରୁ ବୋଲି ଭାବୁଥିବା ମୋଦୀ ଓ ତାଙ୍କ ସରକାରଙ୍କୁ…

Read More