Author: Purva Paksha

ଅନେକ ମାସ ହୋଇଗଲାଣି ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ରହିଛି କି ନା ତାହା ଜଣାପଡ଼ୁନାହିଁ। ମନ୍ତ୍ରୀମାନେ ଯେମିତି କିଛି ଭିଟୋ ପାଓ୍ୱାରରେ ନିଜକୁ କ୍ଷମତାପନ୍ନ କରିଥିବା ଅନୁଭବ ହେଉଛି। ଏଥିଯୋଗୁ କେବଳ ବଡ଼ ଘୋଷଣା ସିନା ଦେଖିବାକୁ ମିଳୁଛି କିନ୍ତୁ କାର୍ଯ୍ୟ ଘର ଗଲା ୧ ବର୍ଷ ଭିତରେ ଦେଖିଲା ଭଳି ପଦାକୁ ଆସିପାରୁନାହିଁ। ଖାଲି ଟଙ୍କା ବାଣ୍ଟିବା ଏବଂ ଅଧିକାରୀଙ୍କ ଅଦଳବଦଳ ଭିତରେ ସୀମିତ ରହୁଛି ସରକାରୀ କାର୍ଯ୍ୟ। ତେବେ କେନ୍ଦ୍ର ନେତୃତ୍ୱଙ୍କ ପସନ୍ଦରେ ନେତା ହୋଇଥିବା ମୋହନ ମାଝୀ ଓ ସଂଗଠନ ବିରୋଧରେ କିଏ ହୋଇଛି ପ୍ରତିବନ୍ଧକ? ଏହାଙ୍କ ପ୍ରତିଚ୍ଛବି କ’ଣ ଲୋକଙ୍କ ମୁଖ୍ୟମନ୍ତ୍ରୀଠାରୁ ଅଧିକ ବଡ଼? ଗଲା କିଛିଦିନ ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ତା’ ଭିତରେ ଆଉ ଗୋଟିଏ ପ୍ରସଙ୍ଗ ଚର୍ଚ୍ଚିତ ହେଉଛି ତାହା ହେଲା ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ। ନିଗମ ଏବଂ…

Read More