Author: Purva Paksha

ପୁଣି ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍‍ଙ୍କୁ ନେଇ ଚର୍ଚ୍ଚା। ଏଥର ଜଣେ ନୁହେଁ ଦୁଇଜଣ ପାଣ୍ଡିଆନ୍‍ ବିଜେଡିକୁ ନିୟନ୍ତ୍ରଣ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଅବଶ୍ୟ ଏ ଦୁହେଁ ପତିପତ୍ନୀ କିନ୍ତୁ ଏମାନଙ୍କୁ ନେଇ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ସେଥିରେ ଭାଗ ବାଣ୍ଟି ହୋଇଯାଇଛି ବିଜେଡି ସଂଗଠନ। ଏପରିକି ପାଣ୍ଡିଆନ୍‍ ଯାହାଙ୍କୁ ଦଳକୁ ଆଣି ନେତା ଓ ପରେ ବିଜେଡିର ସଂଗଠନ ସମ୍ପାଦକ କରି ତାଙ୍କ ପାଇଁ ସମ୍ମାନ ସୃଷ୍ଟି କରିଥିଲେ ସେ ବି ତାଙ୍କ ବିରୋଧରେ ମୋର୍ଚ୍ଚା ସମ୍ଭାଳୁଥିବା କୁହାଯାଉଛି। ସମସ୍ତେ କିନ୍ତୁ କହୁଛନ୍ତି ଦଳକୁ ବଞ୍ଚାଇବାକୁ ହେବ। ତେବେ କାହା ଦିଗଦର୍ଶନରେ ଏଣିକି ଦଳ ବଞ୍ଚିବ? ଏ ପ୍ରଶ୍ନ ଯେଉଁ ଉଦ୍‍ଗୀରଣ ସୃଷ୍ଟି କରିଛି ସେଥିରେ ରହିଛି ପାଣ୍ଡିଆନ୍‍ଙ୍କ ‘ଦୋଗଲବାଜି’। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ନାଁ ଟି ଆଉ ଓଡ଼ିଶା ଲୋକଙ୍କୁ ଅଛୁପା ନାହିଁ। ରାଜନୀତିରେ ରୁଚି ନ ରଖୁଥିବା ବ୍ୟକ୍ତିଟି ମଧ୍ୟ ତାଙ୍କୁ ଜାଣେ, ଚିହ୍ନେ। ଆଉ…

Read More