Author: Purva Paksha

ବାଆ କଲେ ବସା ଦୋହଲୁଥାଏ, ବାଇ ଚଢ଼େଇର କି ଅବା ଯାଏ। ଓଡ଼ିଆ ଲୋକକଥାରେ ଏହି ବାକ୍ୟଟି ଭାରି ପରିଚିତ। ଅର୍ଥ ହେଉଛି ଗଛ ସହ ବସାକୁ ବନ୍ଧା ଯାଇଥିବା ଡୋରିଟି ଯଦି ଶକ୍ତ, ଦୃଢ଼ ଓ ଅତୁଟ ରହିଛି ତାହା ନିଜ ଆସନକୁ ସବୁ ବିପତ୍ତିରୁ ବି ରକ୍ଷା କରିବାରେ ସକ୍ଷମ ହେବ। ଆଜି ତାହାକୁ ଆମ ରାଜ୍ୟର ମନ୍ତ୍ରିମଣ୍ଡଳ ସହ ଯୋଡ଼ି ଆଲୋଚନା କରାଯାଇପାରେ। ଯେଉଁଭଳି ଭାବେ ରାଜ୍ୟରେ ଦିନକୁ ଦିନ ପ୍ରସଙ୍ଗ ଓ ବିରୋଧୀଙ୍କ ଚାପ ବଢ଼ୁଛି ତାହାକୁ ଏକପାଖିଆ କରି ଯେମିତି ମନ୍ତ୍ରୀମାନେ କେନ୍ଦ୍ରୀୟ ସାଂସଦ ଓ ମନ୍ତ୍ରୀମାନଙ୍କ ସହ ସମ୍ପର୍କ ଯୋଡ଼ିବାରେ ଲାଗିଛନ୍ତି ସେଥିରୁ ଏହା ପ୍ରମାଣିତ ହେଉଛି। ଯଦି କେନ୍ଦ୍ର ଡୋରଟି ଦୃଢ଼ ଥିବ ତେବେ ରାଜ୍ୟର ଝଡ଼ ସବୁ ତାଙ୍କ ବସା ବା ଚୌକିକୁ ହଲାଇବ ସିନା ଛିଣ୍ଡାଇବାରେ ସକ୍ଷମ ହେବ ନାହିଁ। ଏହି ଧାରଣା ପୂର୍ବରୁ କଂଗ୍ରେସ ଶାସନ ସମୟରେ…

Read More