Author: Purva Paksha

କଟକ ଭଳି ପାରମ୍ପରିକ ରକ୍ଷଣଶୀଳ ସହରରୁ ଜଣେ ମହିଳାଭାବେ ନିର୍ବାଚିତ ହୋଇ ରାଜ୍ୟ ବିଧାନସଭାକୁ ଆସିବା ଏକ ଗୌରବମୟ ଅଧ୍ୟାୟ। ୧୯୭୨ ମସିହାରେ ନନ୍ଦିନୀ ଶତପଥି କଂଗ୍ରେସ ଟିକଟରେ ଏହି ଆସନରୁ ନିର୍ତବାଚିତ ହୋଇଥିଲେ। ତାଙ୍କ ପୂର୍ବରୁ ବା ତାଙ୍କ ପରେ ଏହି ନିର୍ବାଚନମଣ୍ଡଳିରୁ କେହି ମହିଳା ପ୍ରତିନିଧି ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିନାହାନ୍ତି। ୨୦୦୯ ମସିହାରେ ସୀମା ପୁନଃନିର୍ଦ୍ଧାରଣ ପରେ ମଧ୍ୟ କଟକ-ବାରବାଟୀ ଯାହା ମୂଳ କଟକ ସହରଭାବେ ପରିଚିତ, କେବଳ ପୁରୁଷ ପ୍ରତିନିଧିଙ୍କୁ ବାଛିଛି। ଏଥର ପ୍ରଥମ ଥର ପାଇଁ ସୋଫିଆ ଫିରଦୌସଙ୍କୁ ପ୍ରତିନିଧିଭାବେ ବିଧାନସଭା ପଠାଇଛି କଟକ। ଏଥିଲାଗି ତ ସେ ବେଶ୍‍ ପରିଚିତ ହୋଇଛନ୍ତି କିନ୍ତୁ ତାଙ୍କର ଅପରିପକ୍ୱ କାର୍ଯ୍ୟକଳାପ ଓ ଅତ୍ୟଧିକ ରାଜନୀତିକ ଆକାଂକ୍ଷା ରାଜ୍ୟକୁ ବଦନାମ ବି କରୁଛି। ଭାରତ ବର୍ଷରେ ଏବେ ଦୁଇଜଣ ସୋଫିଆ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୌସ।…

Read More