Author: Purva Paksha
ବିଜୁ ଜନତା ଦଳ ପକ୍ଷରୁ ସୁଜାତା ରାଉତ ପାଣ୍ଡିଆନଙ୍କୁ ରାଜନୀତିରେ ପ୍ରବେଶ କରିବା ଉଦ୍ୟମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ଆସନ୍ତା ଅକ୍ଟୋବରରେ ଏଥିଲାଗି କେନ୍ଦ୍ରାପଡ଼ା ଓ ପୁରୀରେ ଗ୍ରାଣ୍ଡ ଇଭେଣ୍ଟର ଆୟୋଜନ କରାଯିବ। ଯେଉଁଥିରେ ଲୋକଙ୍କ ସେବାରେ ନେତ୍ରୀଭାବେ ଆବିର୍ଭୂତା ହେବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା। ଏଥିଲାଗି ପୁରୀ ଏବଂ କେନ୍ଦ୍ରାପଡ଼ାରେ ଦୁଇଜଣ ଟାଣୁଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ସୁଜାତାଙ୍କ ରାଜାଭିଷେକ ଉତ୍ସବରେ ବାଧକ ହେବାକୁ ଯାଉଛନ୍ତି ଗୁରୁ-ଚେଲା ଯୋଡ଼ି। ଏମାନେ ଏଥିଲାଗି ଦଳ ଭିତରେ ଏକ ଆନ୍ଦୋଳନର ନେତୃତ୍ୱ ନେବାକୁ ଯାଉଥିବା ସୂଚନା ମିଳିଛି। ଯେମିତି ସୋନିଆଙ୍କ ପ୍ରବେଶବେଳେ କଂଗ୍ରେସରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ଠିକ୍ ସେମିତି। ବିଜୁଜନତା ଦଳ ରାଜନୀତିରେ ଚେଲା ଭାବରେ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ଓ ଗୁରୁ ଭାବରେ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅଦ୍ୟାବଧି ଜିତିବାରେ ରେକର୍ଡ ସୃଷ୍ଟି କରିଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରିଚିତ। ଏମାନଙ୍କ…
