Author: Purva Paksha

୨୦୨୪ ନିର୍ବାଚନରେ ବହୁମତ ପାଇ ଅପ୍ରତ୍ୟାସିତଭାବେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ଭିତରେ ଦିନକୁ ଦିନ ନୂଆ କ୍ଷମତା କେନ୍ଦ୍ର ସୃଷ୍ଟି ହେବାରେ ଲାଗିଛି। ବର୍ଷକ ଭିତରେ ଅନେକ ପୁରଣା କ୍ଷମତା କେନ୍ଦ୍ର ବିଜେପିର କେନ୍ଦ୍ରୀୟ ନେତା ଓ ଆରଏସଏସ ଚାପରେ ଚେପା ହୋଇଯାଇଥିବାବେଳେ ନୂତନ ଭାବରେ ଆବିର୍ଭାବ ହୋଇଛି ଆଉ ଏକ କ୍ଷମତା କେନ୍ଦ୍ର। ଏହି କ୍ଷମତା କେନ୍ଦ୍ରଟି ନିଜ ଦାୟିତ୍ୱ ନିର୍ବାହ କରିବାରେ ବାରମ୍ବାର ବିଫଳ ହେବାରେ ଲାଗିଛି। ନିଜର ବିଫଳତାକୁ ସ୍ୱୀକାର କରି ଦାୟିତ୍ୱ ହସ୍ତାନ୍ତର କରିବା ପରିବର୍ତ୍ତେ କ୍ଷମତା ଜାବୁଡ଼ି ଧରିଛି। ଯାହାଫଳରେ ରାଜ୍ୟ ବିଜେପି ସଂଗଠନ ଓ ସରକାର ଅକଳରେ ପଡ଼ିଛନ୍ତି। ଏହି କ୍ଷମତା କେନ୍ଦ୍ରକୁ ମନାଇବା ପାଇଁ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ଦଳର କ୍ଷେତ୍ରୀୟ ପ୍ରଭାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ ହେବାକୁ ପଡ଼ିଲାଣି। ରାଜ୍ୟରେ ପ୍ରଥମ କରି ବିଜେପି ସରକାର ଗଠନ ହେବା ପରେ ଦଳର ବରିଷ୍ଠ ନେତା…

Read More