Author: Purva Paksha

ପିସିସି ସଭାପତି ଭକ୍ତ ଦାସ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ତତ୍ପର ହୋଇ ଉଠିଛନ୍ତି। ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ବିଜେଡି ଓ ଏହାର ନେତା ନବୀନ ପଟ୍ଟନାୟକଙ୍କୁ ଅସୁବିଧାରେ ପକାଇବା। କଂଗ୍ରେସ ପକ୍ଷରୁ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଘୋଷଣା କରିବାକୁ ଭକ୍ତ ଦାସ ବିଜେଡିକୁ ଆହ୍ୱାନ ଦେଇଥିଲେ। ଏଭଳି ପ୍ରସ୍ତାବରେ ବିଜେଡି ଅସୁବିଧାରେ ପଡ଼ିବା ପରିବର୍ତ୍ତେ କଂଗ୍ରେସ ଏକ ପ୍ରକାର ହରଡ଼ ଘଣାରେ ପଡ଼ିଯାଇଛି। ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଭୁବନେଶ୍ୱରଠାରେ ହୋଇଥିବା ସଭା ଏବଂ ଓଡ଼ିଶା ବନ୍ଦର ଅଭୂତପୂର୍ବ ସଫଳତା ପରେ ଭକ୍ତ ବେଶ୍ ଆକ୍ରାମକ ହୋଇ ଉଠିଛନ୍ତି। ମାତ୍ର ୬ମାସର କାର୍ଯ୍ୟକାଳ ଭିତରେ ଭକ୍ତ ଦାସ କେବଳ ରାଜ୍ୟସ୍ତରରେ ଏକ ସକ୍ରିୟ ସଂଗଠନଭାବେ କଂଗ୍ରେସକୁ ଠିଆ କରାଇଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ। କିନ୍ତୁ…

Read More