Author: Purva Paksha

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ଏବେ ରୋଗରେ ପଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଖରାପକୁ ନେଇ ସମଗ୍ର ରାଜ୍ୟବାସୀ, ବିଜୁ ଜନତା ଦଳର ନେତା, ପିସିସି ସଭାପତିଙ୍କ ସମେତ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। ଏଭଳି କ୍ଷେତ୍ରରେ ନବୀନଙ୍କୁ ଗତ ନିର୍ବାଚନ ପୂର୍ବରୁ ଅଦ୍ୟାବଧି ନଜରବନ୍ଦୀ କରି ରଖିଥିବା ତାଙ୍କ କର୍ମଚାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରାଜ୍ୟବାସୀଙ୍କ ସହିତ ଲୁଚକାଳି ଖେଳୁଛନ୍ତି। ଏପରିକି ନବୀନଙ୍କୁ ଦେଖିବାକୁ ଡାକ୍ତରଖାନାକୁ ଯାଇଥିବା ଦଳୀୟ ନେତା ଓ ସରକାରଙ୍କ ମନ୍ତ୍ରୀଙ୍କୁ ସେ ଅନୁମତି ଦେଇନାହାନ୍ତି। କାରଣ ନବୀନଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ ପାଣ୍ଡିଆନ୍‍ ଦମ୍ପତ୍ତି ତାଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବରେ ବ୍ୟବହାର କରୁଛନ୍ତି। ଆଜିକୁ ପ୍ରାୟ ୨ ବର୍ଷ ତଳର ଘଟଣା। ନିର୍ବାଚନ ବାତାବରଣ ଯେତେବେଳେ ରାଜ୍ୟକୁ କବଳିତ…

Read More