Author: Purva Paksha

ରାଜ୍ୟ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ତାମିଲ ବୋହୂ ସୁଜାତା ରାଉତ କାର୍ତ୍ତିକେୟନ। କେବଳ ଓଡ଼ିଆ ବାପା-ମା’ଙ୍କଠାରୁ ଜନ୍ମ ହୋଇଛନ୍ତି ସୁଜାତା କିନ୍ତୁ ଜନ୍ମମାଟି, ପାଠପଢ଼ା, ସାମାଜିକ ଚଳଣି, ବିବାହ ସବୁକିଛି ତାଙ୍କର ଓଡ଼ିଶା ବାହାରେ। କିନ୍ତୁ ତାଙ୍କ ମନ ଏବେ ଓଡ଼ିଶାର ରାଜନୀତିରେ ଲାଗିଛି। ବିଜେଡିକୁ ହାଇଜ୍ୟାକ୍‍ କରିବାକୁ ଚାହିଁଥିବା ଚର୍ଚ୍ଚା ହେଉଛି। ଏ ବାବଦରେ ‘ପୂର୍ବପକ୍ଷ’ରେ ଆମେ ଗତ ୧୪ ତାରିଖରେ ସୂଚନା ଦେଇଥିଲୁ, ଏବେ କିନ୍ତୁ ଏ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଓଡ଼ିଶାରେ ରାଜନୀତିରେ ସର୍ବାଧିକ ଦିନ ବଞ୍ଚି ରହିଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳର ଅବସ୍ଥା ଆଗକୁ କ’ଣ ହେବ? ରାଜ୍ୟବାସୀଙ୍କ ଓଡ଼ିଆ ଅସ୍ମିତାର ଆହ୍ୱାନକୁ କେମିତି ମୁକାବିଲା କରିବ ଏହି ଦଳ? ଏ ପ୍ରଶ୍ନ କେବଳ ବିଜେଡିରେ ନୁହେଁ, ରାଜ୍ୟର ପ୍ରତି କୋଣରେ ପ୍ରତିଧ୍ୱନୀତ ହେଉଛି। ଏହାର ପୃଷ୍ଠଭୂମିରେ ରହିଛି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାରିରୀକ ଅସୁସ୍ଥତା ଓ…

Read More