Author: Purva Paksha

ରାଜ୍ୟରେ ଏବେ ବିଜେଡି ଭିତର ରାଜନୀତି ବେଶୀ ଚର୍ଚ୍ଚା ହେଉଛି। ଦିନେ ଯାହା ଏକ ଗଡ଼ ଭଳି ରହିଥିଲା, ଏବେ ସେଠାରେ ଶୋରିଷ ଫୁଟିଲେ ବି ଚାରିଦିଗ ଜାଣୁଛି। ଏଣୁ ଲୋକେ ଆଉ ଗଡ଼ପତି ଓ ଗଡ଼ ସର୍ଦ୍ଦାରଙ୍କୁ ବିଶ୍ୱାସକୁ ନେଉନାହାନ୍ତି। ଓଡ଼ିଶାର ଇତିହାସ ଏମିତି ଅନେକ ବିଶ୍ୱାସଘାତକତା ଦେଖିଛି। ଦୁର୍ଗ ସର୍ଦ୍ଦାରଙ୍କ ବିଶ୍ୱାସଘାତକତା ଯୋଗୁ ଉତ୍କଳର ଶାସନ କିପରି ମୋଗଲଙ୍କ ପାଦତଳେ ପଡ଼ିଥିଲା ତାହା ଏଯାଏ ସମସ୍ତଙ୍କ ମନରେ ଉଜ୍ଜୀବୀତ ରହିଛି। ଏମିତି ଦିନେ ଜଣେ ଗଡ଼ ସର୍ଦ୍ଦାରଙ୍କୁ ମୁକୁନ୍ଦ ଦେବ ଅତ୍ୟନ୍ତ ବିଶ୍ୱାସ କରିଥିଲେ। ଆଉ ସେଇ ରାଇବଣିଆ ଗଡ଼ସର୍ଦ୍ଦାରଙ୍କ କାପୁରୁଷତ୍ୱ ଯୋଗୁ ସେ ଚିତପଟାଙ୍ଗ ହେବାକୁ ବାଧ୍ୟ ହୋଇଥିଲେ। କୁହାଯାଉଛି ଆଜି ସେହି ଅସତ୍ୟ, ମିଛ, ବିଶ୍ୱାସଘାତକତାର କାହାଣୀ ପୁଣିଥରେ ରାଜ୍ୟ ଦେଖିବାକୁ ଯାଉଛି ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡିରେ। ଓଡ଼ିଶାର ଶେଷ ସ୍ୱାଧୀନ ରାଜାଙ୍କ ବାବଦରେ ଆପଣ ପରିଚିତ ଥିବେ। ସେ ହେଉଛନ୍ତି ଗଜପତି ମୁକୁନ୍ଦ…

Read More