Author: Purva Paksha

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳରେ ସବୁକିଛି ଠିକ୍‍ ଚାଲୁ ନାହିଁ। କେତେବଳେ କେଉଁ ଗୋଷ୍ଠୀ ବାହାରି କ’ଣ କହୁଛନ୍ତି ତାହାର ଠିକ୍‍ ଠିକଣା ନାହିଁ। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ସେବା କରୁ କରୁ ନବୀନଙ୍କ ରାଜନୀତିକ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପତ୍ନୀ ଦଳର ସଭାପତି ହେବେ ବୋଲି ଚର୍ଚ୍ଚା ହେଲାଣି। ଏଭଳି ପରିସ୍ଥିତିରେ ଆପଣମାନେ ଭାବୁଥିବେ ରାଜ୍ୟ ଇତିହାସରେ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ଭାଗ୍ୟ ଭଳି ବିଜେଡି ଭାଗ୍ୟରେ ଏବେ ସୂର୍ଯ୍ୟ ଅସ୍ତ ହେବାକୁ ଯାଉଛନ୍ତି ବା ବିଜେଡି ଏବେ ଭାଙ୍ଗିବା ପରିସ୍ଥିତିକୁ ଆସିଛି। କିନ୍ତୁ ରାଜନୀତିକ ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ଏହା ଆଦୌ ନୁହେଁ। ବରଂ ବିଜେଡିକୁ ହାତ ଧରି ଠିଆ କରିଥିବା ବିଜେପି ଏବେ ବି ବିଜେଡି ସାଙ୍ଗରେ ରହିଛି ଏବଂ ତାହା କିପରି ଆଗକୁ ନିରନ୍ତର ରହିବ ତାହାକୁ ନିଶ୍ଚିତ କରିଛି। ୧୯୯୭ ମସିହା କଥା। ବିଜୁ ବାବୁଙ୍କ ଦେହାନ୍ତ…

Read More