Author: Purva Paksha

ଓଡ଼ିଆ ଆଧୁନିକ ସଙ୍ଗୀତ ଦୁନିଆରେ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ନାଁ ବେଶ୍‍ ପରିଚିତ। ଏବେ ବି ଓଡ଼ିଆ ଢଗ ଏବଂ ଲୋକକଥାକୁ ନେଇ ସେ ଅନେକ ସୁମଧୁର ସଙ୍ଗୀତ ସୃଷ୍ଟି କରିଛନ୍ତି। ଆଜି ପ୍ରସଙ୍ଗକୁ କହିବାବେଳକୁ ଏମିତି ଏକ ସଙ୍ଗୀତ ମନେପଡ଼ୁଛି। ତାହାର ପ୍ରଥମ ପଙ୍‍କ୍ତିକୁ ଆପଣ ଶୁଣନ୍ତୁ ଆଉ ପରେ ଆପଣଙ୍କୁ ଆଜିର ବିଷୟ ବାବଦରେ କହିବି। ନଈରେ ବାଳିଆ ଚହଟିଲା ସାଙ୍ଗ ନଈରେ ବାଳିଆ ଚହଟିଲା ଫୁଲେଇ ଚନ୍ଦିରି ଯାଇଛି ଗାଧେଇ ଯାଇ ତ ସଙ୍ଗାତରେ ଚନ୍ଦରା ସାଙ୍ଗରେ ପଳେଇଲା। ଗତ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଅନୁଧ୍ୟାନ କଲେ ଏ ସଂଯୋଜନାଟି ଭାରି ଉପାଦେୟ ମନେହେଉଛି। ସେତେବେଳେ ଲୋକକଥାକୁ ଉଦ୍ଧାର କରି ଶିବବ୍ରତ ଦାସ ଏହି ଗୀତ ରଚନା କରିଥିଲେ। ଆଜି ଏହା ଅମର। ଆଉ ଯେତେବେଳେ ଓଡ଼ିଶା ରାଜନୀତିରେ ବିରଳ ଘଟଣାଗୁଡ଼ିକ ସବୁ ଘଟୁଛି…

Read More