Author: Purva Paksha

ଉତ୍ତରଧିକାରୀକୁ ନେଇ ବିଜୁ ଜନତା ଦଳରେ ଚାଲିଥିବା ଶୀତଳ ଯୁଦ୍ଧ ଏବଂ ବିଜେପିରେ ଅସନ୍ତୋଷ, କଂଗ୍ରେସର ବୁଡ଼ିଯାଉଥିବା ଡଙ୍ଗାରେ ଆମ ରାଜ୍ୟର କିଛି ବରିଷ୍ଠ ରାଜନେତା ଆଉ ନିଜ ଭବିଷ୍ୟତକୁ ଦେଖିପାରୁ ନାହାନ୍ତି। ସେମାନେ ପ୍ରତିନିଧିତ୍ୱ କରୁଥିବା ଦଳରୁ ୨୦୨୯ରେ ଆଉ ଟିକଟ ଖଣ୍ଡେ ପାଇବେ କି ନାହି ସେ ନେଇ ଏମାନେ ଚିନ୍ତାରେ ଅଛନ୍ତି। ଆଉ କିଛି ନେତା ଟିକଟ ପାଇଲେ ବି ଜିତିପାରିବେ କି ନାହିଁ ତାକୁ ନେଇ ସନ୍ଦୀହାନ। ପୁଣି ଅନେକ ନେତା ଦଳ ଛାଡ଼ି ସ୍ୱାଧୀନଭାବେ ଲଢ଼ିବା ଲାଗି ସାହସ ଜୁଟାଇପାରୁ ନାହାନ୍ତି। ସବୁଠୁ ବଡ଼ କଥା ହେଲା ନିଜେ ସଞ୍ଚିଥିବା ଅର୍ଥକୁ ନିଜ ପାଇଁ ଖର୍ଚ୍ଚ କରିବାକୁ ଏହି ରାଜନେତାମାନେ ଆଉ ଚାହୁଁନାହାନ୍ତି। ଏଥିପାଇଁ ପର ଅର୍ଥରେ ପ୍ରହସନ କରିପାରୁଥିବା ନେତାମାନଙ୍କର ଏବେ ଉତ୍ତରାୟଣ ହେବାର ଅଭିଯାନ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନ ପୂର୍ବରୁ କିଛି ନେତାଙ୍କ ଦକ୍ଷିଣାୟନ ଅଧା ବାଟରେ ବାତିଲ ହୋଇଥିଲା।…

Read More