Author: Purva Paksha

ଓଡ଼ିଶା ବିଜେପିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁନାହିଁ ବୋଲି ଗୋଟିଏ ନ୍ୟାରେଟିଭ୍‍ ଏବେ ରାଜ୍ୟରେ ଖେଳିବୁଲୁଛି। ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢ଼ିଥିବା ରାଜନୈତିକ ଦଳ ବିଜେପିର ନା ଦଳର ତୃଣମୂଳର ନେତା ନା ବରିଷ୍ଠ ନା କେନ୍ଦ୍ର ନେତା ଏହି ପ୍ରକାର ପରିସ୍ଥିତିକୁ କେମିତି ନିୟନ୍ତ୍ରଣ କରାଯିବ ତାହା କେହି ସ୍ଥିର କରିପାରୁ ନାହାନ୍ତି। ଫଳରେ ମନ୍ତ୍ରିମଣ୍ଡଳରେ ଇନ୍‍-ଆଉଟ୍‍ ହେବ ବୋଲି ଗଲା ୧୫ ମାସ ହେଲା ଚର୍ଚ୍ଚା ସିନା ହେଉଛି କିନ୍ତୁ ତାହା ଫଳପ୍ରଦ ହେଉନାହିଁ। ଅପରପକ୍ଷେ ଯେଉଁ କିଛି ନେତାଙ୍କ ଯୋଗୁ ବିଜେପି ନିର୍ବାଚନ ସମୟରେ ଅକସ୍ମାତ ବାଜି ପଲଟାଇ ନବୀନ- ପାଣ୍ଡିଆନ୍‍ଙ୍କୁ କ୍ରିଜ୍‍ରୁ ଆଉଟ କରିଦେଲା ସେମାନେ ନା ତାଙ୍କ ପ୍ରାପ୍ୟ ପାଉଛନ୍ତି ନା ଉପଯୁକ୍ତ ସମ୍ମାନ। ଫଳରେ ରାଜ୍ୟ ବିଜେପିରେ ଖାଲି ଅସନ୍ତୋଷ ହିଁ ପାଦେ ପାଦେ ଫୁଟୁଥିବା ସ୍ପଷ୍ଟ ହେଉଛି। ପ୍ରଦୀପଙ୍କ ଗତିବିଧି…

Read More