Author: Purva Paksha

ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବେ ସଭାସମିତି ଓ ଗଣମାଧ୍ୟମରେ ବିଶେଷ କ୍ରିୟାଶୀଳ ଥିବା ପରି ଜଣାପଡ଼ୁଛନ୍ତି। କେତେବେଳେ ସାମାଜିକ ଗଣମାଧ୍ୟମରେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ତ କେତେବେଳେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସଚେତନ ହେବା ଲାଗି ଆହ୍ୱାନ ଦେଉଛନ୍ତି। ତାଙ୍କ ଦ୍ୱାରା ପ୍ରାୟୋଜିତ ସଭାରେ ତାଙ୍କ ଭାଷଣ ଓ ବକ୍ତବ୍ୟରୁ ଗୋଟିଏ ଜିନିଷ ସ୍ପଷ୍ଟ ଯେ ଅରୁଣ ଏବେ ନିଜ ପ୍ରତିଚ୍ଛବି ବଦଳାଇବାକୁ ପ୍ରସ୍ତୁତ ହେଲେଣି। ସରକାରରେ ଥିବା ସମୟରେ ଯେଉଁ ପ୍ରତିଚ୍ଛବିରେ ସେ ଜର୍ଜରିତ ହେଉଥିଲେ ଏବେ ଆଉ ସେଥିରେ ସେ ଜୀଇଁବାକୁ ଚାହୁଁ ନାହାନ୍ତି। ଏବେ ସେ ବିପ୍ଲବର ଡାକରା ଦେଉଛନ୍ତି। କିନ୍ତୁ ଅନୁଭବ ଓ ଅନୁଭୂତି ଆଧାରରେ ଏହାକୁ ଉଚିତ ସମୟ ବୋଲି କହୁଛନ୍ତି। କିନ୍ତୁ ଲକ୍ଷ୍ୟ କ’ଣ? କାହାକୁ ଇଙ୍ଗିତ କରି ସେ ବିପ୍ଳବର ଇଙ୍ଗିତ ଦେଉଛନ୍ତି? ଅଭିଜ୍ଞତା ଓ ଅନୁଭୂତିକୁ ଏବେ କାମରେ ଲଗାଇବେ ଅରୁଣ…

Read More