Author: Purva Paksha

ରାଜ୍ୟ ମନ୍ତ୍ରିମଣ୍ଡଳର ନବେକଳେବର ହେବ ହେବ ବୋଲି ବାରମ୍ବାର ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଲାଗୁଛି। କେଉଁଠି ନା କେଉଁଠି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଟକି ଯାଉଛି। କିନ୍ତୁ ଏବେ ଆଉ ଅଧିକ ଦିନ ବିଳମ୍ବ କଲେ ଏଥିରେ ଦଳର ଲାଭ ପରିବର୍ତ୍ତେ କ୍ଷତି ହେବ ବୋଲି ଦଳୀୟ ନେତୃତ୍ୱ ହୃଦୟଙ୍ଗମ କରିସାରିଲେଣି। ତେଣୁ ଗ୍ରହଣ ସପ୍ତାହ ପରେ ଯେ କୌଣସି ମୁହୁର୍ତ୍ତରେ ନିଗମ ନିଯୁକ୍ତି ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ଇତି ମଧ୍ୟରେ ମୋହନ-ଧର୍ମେନ୍ଦ୍ର ଭେଟଘାଟ ହୋଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ସହମତି ହୋଇସାରିଥିବା କୁହାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରି ଆସିଲେଣି। ତେଣୁ ସରକାରରେ ଥିବା ନେତାଙ୍କ ଏବେ ଛାତିରେ ଅନେକ ଛନକା। ଏହା ପୂର୍ବରୁ ମନ୍ତ୍ରୀମାନଙ୍କର ଦକ୍ଷତା ରିପୋର୍ଟ ମୁଖ୍ୟମନ୍ତ୍ରୀ ମାଗିବା ଏବଂ କେନ୍ଦ୍ରୀୟ ନେତାଙ୍କ ସହିତ…

Read More