Author: Purva Paksha

AI threat to bank employees: ସାରା ବିଶ୍ୱରେ ସମ୍ପ୍ରତି ବଢ଼ୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦବ୍‌ଦବା। ଆଇଟି, ଇଞ୍ଜିନିୟରିଂ, ଚିକିତ୍ସା ସେବା ଏବଂ ବିନିର୍ମାଣ ଭଳି ସବୁ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ହେଲେ ଏଆଇକୁ ନେଇ ଏବେ ଆଶଙ୍କା ପ୍ରକାଶ କରାଗଲାଣି। କାରଣ ଏଆଇ ମନୁଷ୍ୟଙ୍କ ସ୍ଥାନ ନେବ। ଏଆଇ ଖାଇଯିବ ନିଯୁକ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ସାରା ବିଶ୍ୱରେ ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ଚାଲିଯିବ ପ୍ରାୟ ୨ ଲକ୍ଷ ଲୋକଙ୍କ ଚାକିରି। ଏହି ଚାକିରି କେବଳ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଯିବ। ବିଶେଷକରି ବହୁ ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀ ଚାକିରି ହରାଇବେ। ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ବହୁ ସଂଖ୍ୟକ ଲୋକଙ୍କୁ ଛଟେଇ କରାଯାଇପାରେ ବୋଲି ବ୍ଲୁମବର୍ଗ ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏଆଇ ମାଧ୍ୟମରେ ବ୍ୟାଙ୍କ କାମ ସହଜ ହେଉଛି। ବ୍ୟାଙ୍କରେ ଲୋକମାନେ କରୁଥିବା କାମ ସହଜରେ ହେଉଛି। ବ୍ଲୁମବର୍ଗ…

Read More