Author: Purva Paksha

ଭୁବନେଶ୍ୱର କ୍ଲବରେ କ’ଣ ଅଛି? କାହିଁକି ପୂର୍ବତନ ମୁଖ୍ୟ ସଚିବରୂପୀ ପବ୍ଲିକ ସର୍ଭାଣ୍ଟମାନେ ଏହାର ସଭାପତି ହେବା ପାଇଁ ହାଇଁପାଇଁ କାହିଁକି ହୁଅନ୍ତି? ଏହାର ନିର୍ବାଚନ କାହିଁକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହେ? ପୁଣି କେମିତି ଏହି କ୍ଲବ୍‍ ପରିଚାଳନାରୁ ରାଜନେତାଙ୍କୁ ଦୂରେଇ ଦିଆଯାଏ? ଏମିତି ଅନେକ ପ୍ରଶ୍ନ ରାଜ୍ୟର ସବୁଠାରୁ ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବକୁ ନେଇ ଏବେ କିଛି ମହଲରେ ଚର୍ଚ୍ଚା ହେଉଛି। ସାଧାରଣ ଲୋକଟିଏ ମଧ୍ୟ ରାଜଧାନୀକୁ ଆସିଲେ ଏଜି ଛକ ଦେଇ ରାଜଭବନ ଗଲାବେଳେ ବାମ ପାର୍ଶ୍ୱରେ ଏହି କ୍ଲବର ଗେଟକୁ ଦେଖି ବହୁତ କିଛି ଭାବେ କିନ୍ତୁ ପ୍ରଶ୍ନ କାହାକୁ ପଚାରିବ ତାହା ଖୋଜି ପାଏ ନାହିଁ। ଆସନ୍ତା କିଛିଦିନ ଭିତରେ ନୂଆ ପରିଚାଳନା କମିଟି ଗଠନ ପାଇଁ ହାଇଭୋଲ୍ଟେଜ୍‍ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଭୁବନେଶ୍ୱର କ୍ଲବ୍‍। ପ୍ରତିବନ୍ଧକଯୁକ୍ତ ଆଡ୍ଡାସ୍ଥଳ ଭୁବନେଶ୍ୱର କ୍ଳବ ବିଧାନସଭା ଓ ସଚିବାଳୟରୁ ମାତ୍ର ଅଳ୍ପକିଛି ଦୂରରେ ରହିଛି ଭୁବନେଶ୍ୱର କ୍ଲବ।…

Read More