Author: Purva Paksha

ଗଲା କିଛିଦିନ ହେଲା ବିଜୁ ଜନତା ଦଳକୁ ନେଇ ମିଡିଆ ଯେମିତି ସରଗରମ ଟିପ୍ପଣୀ ଦେଉଛି ସେଥିରେ ନବୀନ ପଟ୍ଟନାୟକ ଓ ତାଙ୍କର ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ପ୍ରତିଛବିରେ ଅନେକ ଦାଗ ଚିହ୍ନ ଲାଗିଛି। ଖାଲି ସେତିକି ନୁହେଁ ଏଥିରେ ବିରୋଧୀ ବି ଉତ୍ସାହିତ ହୋଇଛନ୍ତି। ଯୁବାଠାରୁ ଭେଟେରାନ୍‍ ନେତାଏ ବିଜେଡିର ଗୁମର ଖୋଲିବାକୁ ପଛାଉ ନାହାନ୍ତି। ଆଗକୁ ଏହା ବିସ୍ଫୋରଣ ଆଶଙ୍କା ଦେଉଥିବାରୁ ଚୁପ୍‍ଥିବା ପାଣ୍ଡିଆନ୍‍ ଏବେ ଆକ୍ସନ ମୋଡ୍‍କୁ ଆସିଛନ୍ତି। ଆଉ ଏଥିରେ ତାଙ୍କୁ ହାରୁ ନେତାମାନେ ବିଶେଷ ସହାୟକ ହେଉଛନ୍ତି। ଅପରପକ୍ଷେ ବିନା ପାଣ୍ଡିଆନରେ ତାଙ୍କର ସତ୍ତା ରହିବ ନାହିଁ ବୋଲି ଏହି ହାରୁ ନେତାମାନେ ଚିନ୍ତା କରିଛନ୍ତି। ଏଣୁ ଏମାନଙ୍କ ସର୍ଦ୍ଦାର ପାଲଟିଛନ୍ତି ପାଣ୍ଡିଆନ୍‍। ପାଣ୍ଡିଆନ୍‍ଙ୍କ ଦୁଇ ଖାସ୍‍ ନେତା ହାରୁ ନେତା କହିଲେ ଯେଉଁମାନେ ଗତ ନିର୍ବାଚନରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ବା ନିର୍ବାଚନ ଲଢ଼ିବାକୁ ସାହସ ପାଇ ନାହାନ୍ତି। ଏହି…

Read More