Author: Purva Paksha

ତିନି ଜଣ ହାଇପ୍ରୋଫାଇଲ ବ୍ୟକ୍ତି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ରାଜ୍ୟର ପ୍ରଭାବଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳରେ ଯୋଗଦେଇଥିଲେ। ଭାବିଥିଲେ ନିଜର ଗୌରବ ଓ ବିଜେଡିର ଜନସମର୍ଥନକୁ ଆଧାର କରି ନିର୍ବାଚନୀ ବୈତରଣୀ ପାର ହୋଇଯିବେ। ଏଥିପାଇଁ ଏହି ନେତାମାନେ ଯେତେବେଳେ ବିଜେଡିରେ ମିଶିଲେ ବଡ଼ ଧୂମଧାମରେ ମିଶ୍ରଣ ଉତ୍ସବ କରାଯାଇ ପ୍ରଚାର ପ୍ରସାର ବି କରାଗଲା। କିନ୍ତୁ ଦଳରେ ନେତାମାନଙ୍କ ଭାଗ୍ୟ ଡୋରୀ ଧରିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧିକାରୀରୁ ସେବକ ପାଲଟିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏମାନଙ୍କୁ ବ୍ୟବହାର କରିବା ସହିତ ଭବିଷ୍ୟତରେ ଯେପରି ତାଙ୍କ ରାସ୍ତାରେ କଣ୍ଟା ନ ହେବେ ସେଥିପାଇଁ କାମ ସରିଲା ପରେ ଫିଙ୍ଗି ଦେଇଥିବା କୁହଯାଉଛି। ଦବଙ୍ଗ ଅଫିସରରୁ ରାଜନୀତିରେ ପ୍ରବେଶ ୧୯୯୦ ଦଶକର କଥା। ମୁମ୍ବାଇ ଉପରେ ଥିଲା ସଂଗଠିତ ଅପରାଧର ସମ୍ପୂର୍ଣ୍ଣ ନିୟନ୍ତ୍ରଣ। ଅଳିଆଠାରୁ ବଲିଉଡ୍ ସବୁ ଉପରେ ଥିଲା ମାଫିଆ ନିୟନ୍ତ୍ରଣ। କିଏ…

Read More