Author: Purva Paksha

ଶାସନ କ୍ଷମତାରେ ଥିବାବେଳେ ପାଣ୍ଡିଆନ୍‍ଙ୍କ ଦ୍ୱାରା ଅତ୍ୟନ୍ତ ଲାଭାନ୍ୱିତ ହୋଇଥିବା ଜଣେ ରାଜ୍ୟସଭା ସାଂସଦ ଏବେ ବିଜେଡି ନେତାଙ୍କ ଘର ଘର ବୁଲୁଛନ୍ତି। ସୁରୁଖୁରୁରେ ପାଣ୍ଡିଆନ୍‍ଙ୍କୁ ବିଜେଡି କ୍ଷମତା ହସ୍ତାନ୍ତରଣ ପାଇଁ ନିବେଦନ କରୁଛନ୍ତି। ଦିନକୁ ଦିନ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ନବୀନ-ପାଣ୍ଡିଆନ୍‍ କମ୍ପାନୀ ଅଚାନକ ଦିଲ୍ଲୀ ଗଲାପରେ ଏବେ ଏହି ହାଇବ୍ରିଡ୍‍ ନେତାଙ୍କର ଦଳୀୟ ଅସନ୍ତୁଷ୍ଟ ନେତାମାନଙ୍କ ଦୁଆର ବିଜେକୁ ନେଇ ବିଜେଡି ରାଜନୀତି ସରଗରମ ହେବାରେ ଲାଗିଛି। ତା ଭିତରେ ତଥାଗତଙ୍କ ତେରେଚ୍ଛା ବାଣ ଅସନ୍ତୁଷ୍ଟଙ୍କୁ ନୂଆ ଦଳ ତିଆରି ପାଇଁ ଆହ୍ୱାନ ଦେଉଛି। କେହି କେହି କହିଲେଣି ନେପାଳରେ କ୍ଷମତାରେ ଥାଇ ମଧ୍ୟ ନୂଆପିଢ଼ିକୁ ସମ୍ମୁଖୀନ ହୋଇନପାରି କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଯେମିତି ଆତ୍ମଗୋପନ କରୁଛନ୍ତି ସେ ଅବସ୍ଥା ଓଡ଼ିଶା ବିଜେଡିରେ ହେବାକୁ ଯାଉଛି। ଆଜି ସୋଶାଲ୍‍ ମିଡିଆରେ ବିଶ୍ୱ ଦେଖୁଛି ଭାରତର ଆଉ ଏକ ପଡ଼ୋଶୀ କିପରି ବିଦ୍ରୋହର ଅଗ୍ନିରା ଜଳିପୋଡ଼ି…

Read More