Author: Purva Paksha

Supreme Court Formed Committee To Listen Harassment Complaints: ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଯୌନ ନିର୍ଯାତନା ଉପରେ ଏକ ନୂତନ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି। ୨୦୧୩ ମସିହାରୁ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ନିୟମ ଲାଗୁ ହୋଇଛି। ସୁପ୍ରିମକୋର୍ଟ ପରିସରରେ ଯୌନ ନିର୍ଯାତନା ବିରୋଧରେ ମହିଳାଙ୍କ ଅଭିଯୋଗର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏକ ନୂତନ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଭି ନାଗରତ୍ନାଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହ ଏହାର ସଦସ୍ୟ ଅଛନ୍ତି। ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ବାଂସୁରୀ ସ୍ୱରାଜଙ୍କୁ ମଧ୍ୟ ପ୍ରଧାନ ବିଚାରପତିଙ୍କ ଦ୍ୱାରା ମନୋନୀତ ସଦସ୍ୟଭାବେ ଏହି କମିଟିରେ ସାମିଲ କରାଯାଇଛି। ପୂର୍ବରୁ ଜଷ୍ଟିସ୍ ହିମା କୋହଲି ଏହି କମିଟିର ଅଧ୍ୟକ୍ଷ ଥିଲେ। ଜଷ୍ଟିସ କୋହଲି ଗତ ବର୍ଷ ସେପ୍ଟେମ୍ବରରେ…

Read More