Author: Purva Paksha

ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ସରକାର ବୁଧବାର ୩୮୮୩.୭୨ କୋଟି ଟଙ୍କାର ମିଳିତ ବିନିଯୋଗ ରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୪ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍‍ଡବ୍ଲ୍ୟୁସିଏ) ବୈଠକରେ ପ୍ରଦାନ କରାଯାଇଥିବା ଏହି ଅନୁମୋଦନ ଗୁଡ଼ିକ ନିରନ୍ତର ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ଶିଳ୍ପ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟର ସକ୍ରିୟ ଆଭିମୁଖ୍ୟକୁ ପ୍ରଦର୍ଶିତ କରୁଥିବା ଉତ୍କର୍ଷ ଓଡ଼ିଶା ୨୦୨୫ କନ୍ କ୍ଲେଭ୍ ପୂର୍ବରୁ ଏହି ଐତିହାସିକ ମଞ୍ଜୁରୀ ମିଳିଛି। ଅଭିନବତା, ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ ଦେଇ ଓଡ଼ିଶା ଭାରତର ପ୍ରମୁଖ ନିବେଶ ସ୍ଥଳ ଭାବେ…

Read More