Author: Purva Paksha

ବହୁ ପ୍ରତୀକ୍ଷିତ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ ନେଇ ବୁଧବାର ଓଡ଼ିଶା ସରକାର ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅରୁଣ କୁମାର ପଣ୍ଡାଙ୍କୁ ଅଧ୍ୟକ୍ଷ କରି ଷଷ୍ଠ ଅର୍ଥ ଆୟୋଗ ଗଠନ କରାଯାଇଛି। ଏଥିରେ ଏକ୍ସଆଇଏମବିର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅମରେଶ ସାମନ୍ତରାୟ ଓ ଟିଆଇଏସ୍ଏସ୍‍ର ପ୍ରଫେସର ବିଭୁ ପ୍ରସାଦ ନାୟକ ସଦସ୍ୟ ସଚିବ ଥିବାବେଳେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡ. ସତ୍ୟପ୍ରିୟ ରଥ ସଦସ୍ୟ ସଚିବ ରହିବେ। ସଦସ୍ୟ ସଚିବଙ୍କ ସମେତ ଆୟୋଗର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ୬ ମାସ ପର୍ୟ୍ୟନ୍ତ ପଦରେ ରହିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟମାନେ (ସଦସ୍ୟ ସଚିବଙ୍କ ବ୍ୟତୀତ) କମିଶନଙ୍କୁ ପୂରା ସମୟ କିମ୍ବା ପାର୍ଟ ଟାଇମ୍ ସେବା ପ୍ରଦାନ କରିବେ। ସଦସ୍ୟ ସଚିବ ନିଜ ଦାୟିତ୍ୱ ବ୍ୟତୀତ…

Read More