Author: Purva Paksha

ଭାସ୍କର ପରିଚ୍ଛା ଷୋଡ଼ଶ ଅର୍ଥ କମିଶନ ଆସନ୍ତା ମାସରେ ଓଡ଼ିଶା ଆସିବାର ଯୋଜନା ରହିଛି ତେଣୁ ସେ ସମୟରେ ରାଜ୍ୟ ସରକାର ୧୨,୫୬,୧୪୮ କୋଟି ଟଙ୍କା ଦାବି କରିବେ ଓ ଅର୍ଥ ମିଳିଲେ ତାହା ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ ହେବ। ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯେଉଁ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ସେଥି ମଧ୍ୟରୁ ଏହା ଅନ୍ୟତମ। କ୍ୟାବିନେଟ୍‍ ନିଷ୍ପତ୍ତି ଅନୁଯାୟୀ, ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରତି ପଞ୍ଚାୟତରେ ଏକ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୨୦୨୫ରେ ପ୍ରଥମ ପର୍ଯ୍ୟାୟରେ ୧୧୪ଟି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହା ଏକ ପ୍ରଗତିମୂଳକ…

Read More