Author: Purva Paksha

ଅସ୍ଥାୟୀ ବିଚାରପତି ନିଯୁକ୍ତିକୁ ନେଇ ପୂର୍ବରୁ ଦିଆଯାଇଥିବା ଏକ ରାୟକୁ ସଂଶୋଧନ କରିବା ପାଇଁ ସୁପ୍ରିମକୋର୍ଟ  ରାଜି ହୋଇଛନ୍ତି। ପୂର୍ବରୁ ୨୦୨୧ରେ ଲୋକପ୍ରହରୀ ମାମଲାରେ ହାଇକୋର୍ଟଗୁଡ଼ିକରେ ୨୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ବିଚାରପତି ପଦବୀ ଖାଲି ଥିଲେ ଅସ୍ଥାୟୀ ବିଚାରପତି ନିଯୁକ୍ତ କରିବାକୁ ରାୟ ଦେଇଥିଲେ। ଏବେ ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଏ ସମ୍ବନ୍ଧିତ ପଡ଼ି ରହିଥିବା ବିଚାରପତି ନିଯୁକ୍ତି ମାମଲାର ଶୁଣାଣି କରିଛନ୍ତି। ସିଜେଆଇ କହିଛନ୍ତି ଯେ କିଛି ହାଇକୋର୍ଟରେ ବିଚାରପତିଙ୍କ ପିଛା କାର୍ଯ୍ୟଭାର ଢେର ଅଧିକ ବୃଦ୍ଧି ପାଇଛି। ବିଭିନ୍ନ ଖଣ୍ଡପୀଠରେ ପଡ଼ି ରହିଥିବା ଆପରାଧିକ ମାମଲା ଉପରେ ଜଣେ ବିଚାରପତି କିମ୍ବା ବରିଷ୍ଠ ବିଚାରପତି ଏବଂ ଅସ୍ଥାୟୀ ବିଚାରପତି ଶୁଣାଣି କରିପାରନ୍ତି। ତେଣୁ ପୂର୍ବ ନିଷ୍ପତ୍ତିରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି। ଏବେ ଆହ୍ଲାବାଦ ହାଇକୋର୍ଟରେ ୬୩ ହଜାର, ଝାଡ଼ଖଣ୍ଡରେ ୧୩ ହଜାର, କର୍ଣ୍ଣାଟକରେ…

Read More