Author: Purva Paksha

Donkey route: ଡଙ୍କି ରୁଟ୍‍ର ଅର୍ଥ ହେଉଛି ଏକ ଦେଶରେ ପ୍ରବେଶ କରିବାର ଏକ ବେଆଇନ ଉପାୟ। ଏଥିରେ ବ୍ୟକ୍ତି ଜଣକ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଦେଶର ସୀମାରେ ପ୍ରବେଶ କରିଥାନ୍ତି। ଅନେକ ବିକଶିତ ଦେଶରେ ଏହି ସମସ୍ୟା ଏକ ବଡ଼ ସମସ୍ୟା ପାଲଟିଛି। ଆମେରିକା ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ପ୍ରସଙ୍ଗ ଜୋରଦାରଭାବେ ଉଠାଇଥିଲେ। ନିର୍ବାଚନ ଜିତିବା ପରେ ବେଆଇନଭାବେ ଆମେରିକାରେ ପ୍ରବେଶ କରିଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟର୍ପଣ କଥା କହିଥିଲେ। ଟ୍ରମ୍ପ ରାଷ୍ଟ୍ରପତିଭାବେ ଶପଥ ନେବା ପରଠାରୁ ଏଭଳି ଅବୈଧ ପ୍ରବାସୀଙ୍କ ବିରୋଧରେ ଆମେରିକାରେ ସୁରକ୍ଷା ଏଜେନ୍ସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କଲେଣି। ଏହି ବେଆଇନ ଅନୁପ୍ରବେଶକାରୀଙ୍କ ମଧ୍ୟରେ ‘ଡଙ୍କି ରୁଟ୍’ ଦେଇ ଆମେରିକାରେ ପ୍ରବେଶ କରିଥିବା ଭାରତୀୟ ମଧ୍ୟ ସାମିଲ ଅଛନ୍ତି। ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ଆପଣଙ୍କର ନିଶ୍ଚିତ ଭାବେ ମନେଥିବ। ଫିଲ୍ମ ବକ୍ସ ଅଫିସରେ…

Read More