Author: Purva Paksha

JPC : ବିରୋଧୀ ସାଂସଦମାନେ ବୈଠକର କାର୍ଯ୍ୟକୁ ନିନ୍ଦା କରିବା ସହ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିପର୍ଯ୍ୟସ୍ତ କରୁଥିବା ଅଭିଯୋଗ କରିଛନ୍ତି। ୱାକଫ୍ (ସଂଶୋଧନ) ବିଲ୍‍ର ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ କମିଟି ସୋମବାର ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ସଦସ୍ୟଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ସଂଶୋଧନକୁ ଗ୍ରହଣ କରିଛି ଏବଂ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ପ୍ରତ୍ୟେକ ପରିବର୍ତ୍ତନକୁ ପ୍ରତ୍ୟାଖ୍ୟାନ କରିଛି। ବୈଠକ ପରେ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ ଗଣମାଧ୍ୟମକୁ କହିଛନ୍ତି ଯେ କମିଟିଦ୍ୱାରା ଗ୍ରହଣ କରାଯାଇଥିବା ସଂଶୋଧନ ଆଇନକୁ ଅଧିକ ଉନ୍ନତ ଓ ପ୍ରଭାବଶାଳୀ କରିବ। ତେବେ ବିରୋଧୀ ସାଂସଦମାନେ ବୈଠକର କାର୍ଯ୍ୟକୁ ନିନ୍ଦା କରିବା ସହ ପାଲ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି। ଏହା ଏକ ହାସ୍ୟାସ୍ପଦ କମିଟି ବୈଠକ ଥିଲା। ଆମକଥା ଶୁଣାଗଲା ନାହିଁ। ପାଲ ଏକଛତ୍ରବାଦୀ ଢଙ୍ଗରେ କାର୍ଯ୍ୟ କରିଛନ୍ତି ବୋଲି ଟିଏମସି ସାଂସଦ କଲ୍ୟାଣ…

Read More