Author: Purva Paksha

Khandadhar: ଯେହେତୁ ପ୍ରୋସ୍ପେକ୍ଟିଂ ପାଇଁ ପ୍ରସ୍ତାବିତ ଅଞ୍ଚଳ ଏକ ହାତୀ ବାସସ୍ଥଳୀ ଏବଂ ନିକଟ ଅତୀତରେ ବାଘର ଉପସ୍ଥିତି ଦେଖିବାକୁ ମିଳିଛି, ତେଣୁ କମିଟି ଏ ସଂକ୍ରାନ୍ତରେ ଏନଟିସିଏର ମତାମତ ମଧ୍ୟ ଲୋଡ଼ିଛି। ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାର ସବ୍ ବ୍ଲକ୍-ବି ଲୁହାପଥର ଖଣି ଅଞ୍ଚଳରେ ଅନୁସନ୍ଧାନମୂଳକ ଖନନ ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ଗମ୍ଭୀର ପରିବେଶ ଉଦବେଗ ପ୍ରକାଶ କରିଛି। କୋର ଡ୍ରିଲିଂଦ୍ୱାରା ଜଙ୍ଗଲ ଜମିକୁ ଅନୁସନ୍ଧାନ ପାଇଁ ଅନୁମୋଦନ ଦେବା ନିଷ୍ପତ୍ତିକୁ ସ୍ଥଗିତ ରଖି ମନ୍ତ୍ରାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଉପରେ ଖଣିର ପ୍ରଭାବ ଜାଣିବା ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ମତାମତ ନେବା ପାଇଁ ରାଜ୍ୟ ସରକାରଙ୍କୁ ବିସ୍ତୃତ ବୈଜ୍ଞାନିକ ଅଧ୍ୟୟନ କରିବାକୁ କହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଓଏମସି ସପକ୍ଷରେ ପ୍ରୋସ୍ପେକ୍ଟିଂ…

Read More