ଆମେ ସବୁବେଳେ ଭାବୁ ଯେ କର୍ପୋରେଟ୍ ଅଫିସ୍ କିମ୍ବା ବଡ଼ କୋଚିଂ ସେଣ୍ଟରଗୁଡ଼ିକ ସବୁଠାରୁ ସୁରକ୍ଷିତ ସ୍ଥାନ। କିନ୍ତୁ ନିକଟରେ ମହାରାଷ୍ଟ୍ରରୁ ଆସିଥିବା କିଛି ରିପୋର୍ଟ ଆପଣଙ୍କ ହୋସ୍ ଉଡ଼ାଇ ଦେବ। ନାସିକର ଟିସିଏସ୍ ଅଫିସ୍ ହେଉ କିମ୍ବା ଅମରାବତୀର କୋଚିଂ ସେଣ୍ଟର, ଶିକ୍ଷିତ ଯୁବତୀମାନଙ୍କୁ ଟାର୍ଗେଟ୍ କରି ଏକ ଭୟଙ୍କର ର୍ୟାକେଟ୍ କାମ କରୁଛି। କଣ ଏହି ‘କର୍ପୋରେଟ୍ ଜିହାଦ’ ଏବଂ କେମିତି କାମ କରୁଛି ଏହି ଷଡ଼ଯନ୍ତ୍ରର ଜାଲ?
ଟିସିଏସ୍ ନାସିକ କେସ୍ – କର୍ପୋରେଟ୍ ଅଫିସ୍ରେ କଣ ଚାଲିଥିଲା?

ଟିସିଏସ୍ ନାସିକରୁ ଆସିଥିବା ୯ଟି ଏତଲା ଏବଂ ପୀଡ଼ିତାଙ୍କ ବୟାନ ଆପଣଙ୍କୁ ଚକିତ କରିଦେବ। ଏଠାରେ କାର୍ଯ୍ୟରତ ହିନ୍ଦୁ ମହିଳାମାନଙ୍କୁ କେବଳ ଯୌନ ଶୋଷଣ କରାଯାଉନଥିଲା, ବରଂ ସେମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ମଧ୍ୟ ବାଧ୍ୟ କରାଯାଉଥିଲା। ରିପୋର୍ଟ ଅନୁସାରେ, ଅଫିସରେ ଏକ ହ୍ୱାଟ୍ସଟ ଆପ ଗ୍ରୁପ୍ ରହିଥିଲା ଯେଉଁଠାରେ ‘ପୋଟେନସିଆଲ୍ ଭିକ୍ଟିମ୍’ ବା ଯେଉଁ ମହିଳାମାନେ ମାନସିକ ସ୍ତରରେ ଦୁର୍ବଳ ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଥିଲା। ଏପରିକି ହିନ୍ଦୁ ଦେବଦେବୀଙ୍କ ଉପରେ କଟାକ୍ଷ କରି ଏବଂ ସେମାନଙ୍କୁ ଧାର୍ମିକ ଭାବନା ଦେଇ ବ୍ରେନ୍ ୱାଶ୍ କରାଯାଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଫିସ୍ ପରିସରରେ ଯୌନ କାର୍ଯ୍ୟକଳାପ ଚାଲିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଅମରାବତୀର ‘କୋଚିଂ ଜିହାଦ’ ଏବଂ ୧୮୦ ଛାତ୍ରୀଙ୍କ ସଂକଟ

ନାସିକ ପରେ ଅମରାବତୀରୁ ଆସିଛି ଆଉ ଏକ ଭୟଙ୍କର ଖବର। ଏହାକୁ ‘କୋଚିଂ ଜିହାଦ’ ବୋଲି କୁହାଯାଉଛି। ଏଠାରେ ମେଡିକାଲ୍ ଏବଂ ଜେଇଇ କୋଚିଂ ନେଉଥିବା ପ୍ରାୟ ୧୮୦ ଜଣ ଛାତ୍ରୀଙ୍କୁ ଟାର୍ଗେଟ୍ କରାଯାଇଛି।
ମୁଖ୍ୟ ଅଭିଯୁକ୍ତ ଅୟାନ ଏହେମଦ୍ ଏବଂ ତାଙ୍କ ଗୋଷ୍ଠୀ ଛାତ୍ରୀମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କର ଅଶ୍ଳୀଳ ଭିଡିଓ ରେକର୍ଡ କରୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ରିଟିଶ ଜିହାଦ ବା ଦେହ ବ୍ୟାପାରରେ ଠେଲି ଦେବା ପାଇଁ ବ୍ଲାକମେଲ୍ କରାଯାଉଥିଲା। ରିପୋର୍ଟ ଅନୁସାରେ, ଏମାନଙ୍କ ପଛରେ ‘ବାରୁଦ ଗ୍ୟାଙ୍ଗ’ ଭଳି ଅପରାଧୀ ଗୋଷ୍ଠୀର ହାତ ରହିଛି ଏବଂ ସେମାନଙ୍କୁ ଫଣ୍ଡିଂ ମଧ୍ୟ ମିଳୁଛି।
ମାଲେସିଆ ମାନବ ଚୋରା ଚାଲାଣର ଆଶଙ୍କା

ଏହି ରାକେଟ୍ କେବଳ ଭାରତ ମଧ୍ୟରେ ସୀମିତ ନାହିଁ। ଟିସିଏସ୍ କେସ୍ରେ ଜଣେ ପୀଡ଼ିତା ପ୍ରକାଶ କରିଛନ୍ତି ଯେ, ସେମାନଙ୍କୁ ମାଲେସିଆରେ ଚାକିରି ଦେବାର ପ୍ରଲୋଭନ ଦେଖାଯାଇ ସେମାନଙ୍କର ଅରିଜିନାଲ୍ ପାସପୋର୍ଟ ଏବଂ ଡକ୍ୟୁମେଣ୍ଟ ଜବତ କରାଯାଇଥିଲା। ଏହି ର୍ୟାକେଟ୍ ପୀଡ଼ିତାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଥିଲେ, ଯାହା ବିଷୟରେ ପୀଡ଼ିତାମାନେ ଅଜ୍ଞ ଥିଲେ। ଏବେ NIA ଏହି ମାମଲାର ତଦନ୍ତ କରୁଛି, କାରଣ ଏହା ପଛରେ ଟେରର ଆଙ୍ଗେଲ୍ ଏବଂ ମାନବ ଚୋରା ଚାଲାଣର ବଡ଼ ସଂଯୋଗ ଥାଇପାରେ।
HR ମାନଙ୍କର ସନ୍ଦେହଜନକ ଭୂମିକା

ପ୍ରଶ୍ନ ଉଠୁଛି ଟିସିଏସ୍ ଭଳି ସଂସ୍ଥାର ଏଚ ଆର (Human Resources) ମାନଙ୍କ ଉପରେ। ପୀଡ଼ିତାମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ HR ଅଶ୍ୱିନୀ ଛନାନି ଏବଂ ନିଦା ଖାନ ଏହାକୁ ଏଡ଼ାଇ ଯାଉଥିଲେ। କଣ ଏହି କମ୍ପାନୀରେ ଏକ ସୁଚିନ୍ତିତ ଗୋଷ୍ଠୀ କାମ କରୁଛି? ନିଦା ଖାନଙ୍କ ସହ ଟେରର ମଡ୍ୟୁଲର ସଂଯୋଗ ଥିବା ମଧ୍ୟ ଅଭିଯୋଗ ହେଉଛି। କାହିଁକି କମ୍ପାନୀ ଏତେ ବଡ଼ ଅଭିଯୋଗ ପରେ ମଧ୍ୟ କେବଳ ସସପେଣ୍ଡ କରି ଚୁପ୍ ରହିଛି?
କେମିତି ହୁଏ ଗ୍ରୁମିଂ?
ଶିକ୍ଷିତ ହେଲେ ମଧ୍ୟ ଆମେ କେମିତି ଏହି ଜାଲରେ ପଡ଼ୁ? ଏମାନେ ସାଧାରଣତଃ ମହିଳାମାନଙ୍କୁ ପାରିବାରିକ ସମସ୍ୟା କିମ୍ବା ମାନସିକ ଚାପ ସମୟରେ ସହାନୁଭୂତି ଦେଖାଇ ନିଜ ଜାଲକୁ ଟାଣିଥାନ୍ତି। ପ୍ରଥମେ ସେମାନଙ୍କୁ ପରିବାରଠାରୁ ଦୂରେଇ ଦିଆଯାଏ ଏବଂ ପରେ ସେମାନଙ୍କୁ ଏକାକୀ କରି ନିଜ କଣ୍ଟ୍ରୋଲ୍କୁ ନିଆଯାଏ। ଏହା କୌଣସି ଧର୍ମ ବିରୋଧରେ ନୁହେଁ, ବରଂ ସମାଜରେ ଲୁଚି ରହିଥିବା ଏହି ଅପରାଧୀ ଗୋଷ୍ଠୀଙ୍କ ବିରୋଧରେ ଏକ ଜାଗରଣ।
କର୍ପୋରେଟ୍ ଜଗତ ଏବେ ସୁରକ୍ଷିତ ? ଏହି ଘଟଣା ଶିକ୍ଷା ଦେଉଛି ଯେ, ସତର୍କତା ହିଁ ଏକମାତ୍ର ପ୍ରତିକାର । ତେବେ ପଶ୍ଚିମବଙ୍ଗରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ରାକେଟ୍ ଆଗକୁ କେଉଁ ମୋଡ ନେବ ?
also read : https://purvapaksa.com/ai-will-guard-indias-internal-security-drdos-satellite-pragya/


