ଭାରତୀୟ ଗଣତନ୍ତ୍ରର ଇତିହାସରେ ବିରୋଧୀ ଦଳ ନେତା ପଦର ଏକ ସ୍ୱତନ୍ତ୍ର ଗାରିମା ରହିଛି। ସଂସଦ ଭିତରେ ଶାସକ ଦଳକୁ ପ୍ରଶ୍ନ କରିବା ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଦେଶର ନୀତି ନିର୍ଦ୍ଧାରଣରେ ସହାୟକ ହେବା ଏହି ପଦର ମୁଖ୍ୟ ଉଦ୍ଦେଶ୍ୟ। ଅତୀତରେ ଆମେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପାୟୀଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ବିରୋଧୀ ଦଳ ଆସନରେ ବସିବାର ଦେଖିଛୁ। ସେମାନଙ୍କ ଶାଣିତ ଯୁକ୍ତି ଓ ବୌଦ୍ଧିକ ଗାମ୍ଭୀର୍ଯ୍ୟ ସଂସଦର ମର୍ଯ୍ୟାଦାକୁ ବୃଦ୍ଧି କରୁଥିଲା। କିନ୍ତୁ ବର୍ତ୍ତମାନର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଚରଣ ଓ ଉଚ୍ଚାରଣ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶାର ରାଜନୈତିକ ଗଳିରେ ତୁଳନାତ୍ମକ ଭାବେ ଚର୍ଚ୍ଚା ହେଉଛି ଯେ— ରାହୁଲ ଗାନ୍ଧୀ କଣ ସ୍ୱର୍ଗତ ପ୍ରଦୀପ ମହାରଥୀ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ଏକ ‘ଅର୍ବାନ ଭର୍ସନ’ (Urban Version)?
ଏବେ ଭାରତୀୟ ସଂସଦରେ ଏପରି କିଛି ଘଟୁଛି, ଯାହା ଶୁଣିଲେ ଆପଣ ବି ହସି ହସି ଗଡ଼ିଯିବେ କିମ୍ବା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବେ। ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ସାରାଦେଶରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ରାହୁଲ ଗାନ୍ଧୀ ସଂସଦରେ ଯାହା କହିଲେ, ତାହା କୌଣସି ରାଜନୈତିକ ଭାଷଣ ନୁହେଁ ବରଂ ଏକ ‘ମ୍ୟାଜିକ ଶୋ’ ବା ଜାଦୁ ଖେଳ ପରି ମନେ ହେଉଥିଲା।
ଆଜି ଆମେ ବିଶ୍ଳେଷଣ କରିବା, ସଂସଦ ଭିତରେ କାହିଁକି ରାହୁଲ ଗାନ୍ଧୀ ‘ମ୍ୟାଜିସିଆନ୍’ ବା ଜାଦୁକର ଶବ୍ଦ ବ୍ୟବହାର କଲେ ଏବଂ ତାଙ୍କର ଏହି ‘ଏଣ୍ଟରଟେନମେଣ୍ଟ’ ପଛର ପ୍ରକୃତ କାରଣ କ’ଣ ଥିଲା।
ବ୍ୟବହାରରେ ବିଭ୍ରାଟ: ସଂସଦରେ ‘ଟପରୀ’ ଶୈଳୀ!
ରାହୁଲ ଗାନ୍ଧୀଙ୍କ କଥା କହିବାର ଢଙ୍ଗ ଏବଂ କାମ କରିବାର ଶୈଳୀକୁ ନେଇ ସମଗ୍ର ଦେଶରେ ଏବେ ଦ୍ୱନ୍ଦ୍ୱ। ଯେଉଁମାନେ ତାଙ୍କଠାରୁ ଜଣେ ପରିପକ୍ୱ ନେତା ଭାବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗଠନମୂଳକ ସମାଲୋଚନା ଆଶା କରୁଛନ୍ତି, ସେମାନେ ବାରମ୍ବାର ନିରାଶ ହେଉଛନ୍ତି। ସଂସଦ ଭିତରେ ମହିଳା ସାଂସଦଙ୍କୁ ଆଖି ମାରିବା ହେଉ କିମ୍ବା ବିନା ଆମନ୍ତ୍ରଣରେ ପ୍ରଧାନମନ୍ତ୍ରୀଙ୍କୁ କୁଣ୍ଢାଇବା, ଏସବୁ ଜଣେ ସାମ୍ବିଧାନିକ ପଦବୀଧାରୀଙ୍କ ପାଇଁ ଶୋଭା ପାଏ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଲୋକମାନେ ତାଙ୍କୁ ଜଣେ ‘ଟପରୀ’ ବା ବେପରୁଆ ଯୁବକ ସହ ତୁଳନା କରୁଛନ୍ତି। ସଂସଦ ପରିସରରେ ବସି ସାଥି ସାଂସଦଙ୍କ ସହ ଚା’ ଖଟି କରିବା କିମ୍ବା ହାଲୁକା ଭାବେ କଥା ହେବା ଦର୍ଶାଉଛି ଯେ, ସେ ସଂସଦକୁ ଗମ୍ଭୀର ଚର୍ଚ୍ଚାର ସ୍ଥାନ ପରିବର୍ତ୍ତେ ଏକ ସାଧାରଣ ଖଟି ଭାବେ ଗ୍ରହଣ କରିଛନ୍ତି। ବିଷୟବସ୍ତୁ ଉପରେ ଆଧାରିତ ତଥ୍ୟ ରଖିବା ପରିବର୍ତ୍ତେ ମନକୁ ଯାହା ଆସିଲା ତାହା କହିବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି, ଯାହାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁ ନାହାନ୍ତି।
“ରାହୁଲ ଗାନ୍ଧୀ ନିଜ ବକ୍ତବ୍ୟରେ ସଂସଦରେ ଏକ ଯାଦୁଗରର ଉଦାହରଣ ଦେଇଥିଲେ। ସେ କହିଲେ ଯେ, ସାମ୍ନାରେ ଦୁଇ-ତିନିଟି ଟେବୁଲ୍ ପଡ଼ିଛି। ଗୋଟିଏ ଟେବୁଲ୍ ଉପରେ ଟୋପି ଅଛି ଏବଂ ଆଉ ଗୋଟିଏ ଟେବୁଲ୍ ଉପରେ କିଛି ବଲ୍ ରଖାଯାଇଛି।
• ଟୋପିରୁ ଠେକୁଆ: ରାହୁଲ କହିଲେ, ‘ସାର୍, ଜାଦୁକର ପ୍ରଥମେ ଟୋପି ଉଠାଇଲେ ଏବଂ ସେଥିରୁ ଏକ ଠେକୁଆ ବାହାର କଲେ। ପିଲାମାନେ ଏହା ଦେଖି ଖୁବ୍ ମଜା ନେଲେ।’
• ଗାୟବ ହେଲା ବଲ୍: ଏହାପରେ ଯାଦୁଗର ଛଅଟି ବଲ୍ ସହ ଖେଳ ଆରମ୍ଭ କଲେ ଏବଂ ମଝିରେ ସବୁ ବଲ୍ ଗାୟବ କରିଦେଲେ। ପିଲାମାନେ ଚକିତ ଏବଂ ଆମେ ସମସ୍ତେ ତାଳି ମାରିଲୁ।
• ଶେଷରେ ଫସିଗଲେ ଜାଦୁକର: କିନ୍ତୁ କାହାଣୀ ସେଠାରେ ଶେଷ ହେଲାନାହିଁ। ରାହୁଲ ଆଗକୁ କହିଲେ ଯେ, ଜାଦୁକର ଜଣକ ନିଜ ଦେହରେ ଚେନ୍ ବାନ୍ଧିଲେ, ତାଲା ପକାଇଲେ ଏବଂ ଉପରୁ ଏକ କଳା କପଡ଼ା ଢାଙ୍କି ଦେଲେ।
୩ ମିନିଟ୍ ପରେ ଯେତେବେଳେ କପଡ଼ା ହଟାଗଲା, ଜାଦୁକର ଜଣକ ତାଲା ଖୋଲି ନପାରି ନିଜେ ଫସି ରହିଥିଲେ। ସେ ସହାୟତା ପାଇଁ ନିଜ ସହକାରୀଙ୍କୁ ଡାକିବାକୁ ଲାଗିଲେ।’
ରାହୁଲଙ୍କ ଏହି ଅଜବ ବର୍ଣ୍ଣନା ସଂସଦରେ ଥିବା ପ୍ରାୟ ୩୦୦ରୁ ଅଧିକ ସଦସ୍ୟଙ୍କୁ ହସିବାକୁ ବାଧ୍ୟ କରିଥିଲା।”
୩. ରାହୁଲଙ୍କ ଟାର୍ଗେଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ
“ଆପଣ ଭାବୁଥିବେ ରାହୁଲ ଗାନ୍ଧୀ ଏହି ଜାଦୁ ଖେଳ ବିଷୟରେ କାହିଁକି କହୁଥିଲେ? ବାସ୍ତବରେ ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବଡ଼ କଟାକ୍ଷ।
ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ‘The Magician of Balakot’ (ବାଲାକୋଟର ଜାଦୁକର), ‘The Magician of Demonetization’ (ବିମୁଦ୍ରାକରଣର ଜାଦୁକର) ଏବଂ ‘The Magician of Sindoor’ (ସିନ୍ଦୂରର ଜାଦୁକର) ବୋଲି ସମ୍ବୋଧନ କରିଥିଲେ। ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା ଯେ, ପ୍ରଧାନମନ୍ତ୍ରୀ କେବଳ ଲୋକଙ୍କୁ ଏମିତି ଜାଦୁ ଦେଖାଇ ଭୁଲାଇ ରଖୁଛନ୍ତି, କିନ୍ତୁ ଶେଷରେ ସେ ନିଜେ ହିଁ ସେହି ଜାଲରେ ଫଶିଯାଉଛନ୍ତି।”
ଓଡ଼ିଶା ଲିଙ୍କ୍: ମହାରଥୀ ଓ ତାରାଙ୍କ ଝଲକ?
ଓଡ଼ିଶା ରାଜନୀତିରେ ପ୍ରଦୀପ ମହାରଥୀ ଏବଂ ତାରା ପ୍ରସାଦ ବାହିନୀପତି ନିଜର ‘ଦେଶୀ’ ଏବଂ ରଙ୍ଗିନ ମିଜାଜ୍ର ଭାଷଣ ପାଇଁ ଜଣାଶୁଣା। ସେମାନଙ୍କର କଥା କହିବା ଶୈଳୀରେ ଏକ ପ୍ରକାରର ମଜାଳିଆ ପଣ ଓ ‘ଜୋକର୍’ ଭାବ ରହିଥାଏ, ଯାହା ଗ୍ରାମାଞ୍ଚଳର ଭୋଟରଙ୍କୁ ଆକୃଷ୍ଟ କରେ। କିନ୍ତୁ ଯେତେବେଳେ ଜାତୀୟ ସ୍ତରର ଜଣେ ପ୍ରମୁଖ ନେତା ସେହି ସମାନ ଶୈଳୀକୁ ଆପଣାନ୍ତି, ସେତେବେଳେ ତାହାକୁ ‘ଅର୍ବାନ ଭର୍ସନ’ ବୋଲି କୁହାଯାଉଛି। ରାହୁଲଙ୍କ ଏଭଳି ଜୋକର ବ୍ୟବହାରକୁ ଆମ ରାଜ୍ୟର ଲୋକମାନେ ପ୍ରଦୀପ ମହାରଥି ଓ ତାରା ପ୍ରସାଦ ବାହିନୀପତିଙ୍କ ଅର୍ବାନ ଭର୍ସନ ବୋଲି କହୁଛନ୍ତି। ଏପରିକି ତାଙ୍କୁ ଧନୀ ବାପା ମାଆଙ୍କ ବିଗିଡି ଯାଇଥିବା ଛୁଆ ବୋଲି କହିବାକୁ ପଛାଉ ନାହାନ୍ତି।
ପ୍ରିୟଙ୍କାଙ୍କ ‘ଗାମ୍ଭୀର୍ଯ୍ୟ’ ଓ ନୂଆ ଆଶା
ଅପରପକ୍ଷରେ, ଗାନ୍ଧୀ ପରିବାରର ଅନ୍ୟତମ ସଦସ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋକସଭା ପ୍ରବେଶ ଏକ ନୂଆ ମୋଡ଼ ଆଣିଛି। ପ୍ରଥମ ଥର ପାଇଁ ନିର୍ବାଚିତ ହେବା ପରେ ସେ ଯେଭଳି ଭାବରେ ନିଜର ମତାମତ ଉପସ୍ଥାପିତ କରୁଛନ୍ତି, ତାହାକୁ ନେଇ ବିରୋଧୀ ଶିବିରରେ ମଧ୍ୟ ପ୍ରଶଂସା କରାଯାଉଛି। ପ୍ରିୟଙ୍କାଙ୍କ ଭାଷଣରେ ଏକ ପ୍ରକାରର ସଂଯମତା, ସ୍ପଷ୍ଟତା ଏବଂ ଗାମ୍ଭୀର୍ଯ୍ୟ ଦେଖିବାକୁ ମିଳୁଛି, ଯାହା ରାହୁଲଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅନୁପସ୍ଥିତ। ଅନେକ ବିରୋଧୀ ନେତା ମଧ୍ୟ କହିବା ଆରମ୍ଭ କଲେଣି ଯେ, ପ୍ରିୟଙ୍କାଙ୍କ କଥା କହିବା ଶୈଳୀରେ ଇନ୍ଦିରା ଗାନ୍ଧୀଙ୍କ ଝଲକ ରହିଛି, ଯାହା ସଂସଦର ଗାରିମା ରକ୍ଷା କରିବାରେ ସହାୟକ ହେବ।
ଗଣତନ୍ତ୍ରର ଗାରିମା ବନାମ ବ୍ୟକ୍ତିଗତ ଆଚରଣ
ଭାରତୀୟ ଗଣତନ୍ତ୍ର ଏକ ଜଟିଳ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ବିରୋଧୀ ଦଳ ନେତାଙ୍କ ଦାୟିତ୍ୱ କେବଳ ସରକାରଙ୍କୁ ସମାଲୋଚନା କରିବା ନୁହେଁ, ବରଂ ନିଜର ଆଚରଣ ଦ୍ୱାରା ଦେଶର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା। ଯଦି ବିରୋଧୀ ଦଳ ନେତା ସଂସଦକୁ ଏକ ‘ଖଳା’ କିମ୍ବା ‘ଖଟି’ ଭାବେ ଗ୍ରହଣ କରିବେ, ତେବେ ସଂସଦୀୟ ପରମ୍ପରା ପ୍ରତି ଲୋକଙ୍କ ଆସ୍ଥା ତୁଟିଯିବା ସ୍ୱାଭାବିକ। ରାହୁଲଙ୍କ ଏହି ହାଲୁକା ବ୍ୟବହାର ତାଙ୍କୁ ଜଣେ ଗମ୍ଭୀର ରାଜନେତା ଭାବେ ପ୍ରତିଷ୍ଠିତ କରିବାରେ ବଡ଼ ବାଧକ ସାଜିଛି।
ରାଜନୀତିରେ ପରିବର୍ତ୍ତନ ଅନିବାର୍ଯ୍ୟ, କିନ୍ତୁ ସେହି ପରିବର୍ତ୍ତନ ସକାରାତ୍ମକ ହେବା ଆବଶ୍ୟକ। ରାହୁଲ ଗାନ୍ଧୀ ଯଦି ନିଜର ‘ଅର୍ବାନ ଜୋକର’ ଶୈଳୀରୁ ବାହାରି ଜଣେ ଦକ୍ଷ ଓ ଗମ୍ଭୀର ନେତା ଭାବେ ନିଜକୁ ଉପସ୍ଥାପିତ ନ କରନ୍ତି, ତେବେ ପ୍ରିୟଙ୍କାଙ୍କ ବଢୁଥିବା ଗ୍ରହଣୀୟତା ତାଙ୍କ ପାଇଁ ନିଜ ଦଳ ଭିତରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ସମୟ ଆସିଛି, ରାହୁଲଙ୍କୁ ବୁଝିବାକୁ ହେବ ଯେ ସଂସଦ ହେଉଛି ସେବା ଓ ଶୃଙ୍ଖଳାର ମନ୍ଦିର, କୌଣସି ଶୋ’ କିମ୍ବା ଖଟିର ସ୍ଥାନ ନୁହେଁ।
AlsoRead; https://purvapaksa.com/president-draupadi-murmus-visit-today-security-tightened-in-rourkela/


