ଆଜି ଆମ ସେନା ଆହୁରି ଅଧିକ ଶକ୍ତିଶାଳୀ ହୋଇଛି, ଆଉ ଶତ୍ରୁପକ୍ଷ ପାଇଁ ଚିନ୍ତା ବଢ଼ିଯାଇଛି। ଖବରଟି ହେଉଛି— ଭାରତୀୟ ସେନାକୁ ମିଳିଛି ‘ନାଗାସ୍ତ୍ର’ ନାମକ ଘାତକ କାମିକେଜ୍ ଡ୍ରୋନ। ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ ଦ୍ୱାରା ଏକାଥରକେ ୪୫୦ଟି ଅତ୍ୟାଧୁନିକ ‘ନାଗାସ୍ତ୍ର-୧ଆର୍’ ଡ୍ରୋନ୍ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଛି। ଏହା କେବଳ କିଛି ଡ୍ରୋନ୍ ନୁହେଁ, ଏହା ହେଉଛି ଆମର ‘ଆତ୍ମନିର୍ଭର ଭାରତ’ର ପ୍ରକୃତ ପ୍ରତିଫଳନ, ଯାହା ଆଜି ସୀମାରେ ଆମ ଯବାନଙ୍କୁ ଆହୁରି ଅଧିକ ସୁରକ୍ଷା ଓ ଶକ୍ତି ଦେବ।

ଏହି ପୂରା ମାମଲାଟି କ’ଣ ଏବଂ ଏହାର ଗୁରୁତ୍ୱ କେତେ?
ରିପୋର୍ଟ ଅନୁଯାୟୀ, ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆର ସହଯୋଗୀ କମ୍ପାନୀ ‘ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍’ ଭାରତୀୟ ସେନାକୁ ୪୫୦ଟି ‘ନାଗାସ୍ତ୍ର-୧ଆର୍’ ଲଏଟରିଂ ମିନିସନ୍ ଅର୍ଥାତ୍ କାମିକେଜ୍ ଡ୍ରୋନର ସବୁଠାରୁ ବଡ଼ ସିଙ୍ଗଲ୍-ବ୍ୟାଚ୍ ଡେଲିଭରି ପ୍ରଦାନ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୌଣସି ଭାରତୀୟ ପ୍ରତିରକ୍ଷା ନିର୍ମାତା ଦ୍ୱାରା ଭାରତୀୟ ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ଏହା ହେଉଛି ସବୁଠାରୁ ବଡ଼ ସ୍ୱଦେଶୀ କାମିକେଜ୍ ଡ୍ରୋନ୍ ଖେପ। ଆଉ ଏହାକୁ ଅତ୍ୟନ୍ତ ଜରୁରୀକାଳୀନ କ୍ରୟ ପ୍ରକ୍ରିୟା ଅଧୀନରେ ସାମିଲ କରାଯାଇଛି।
ଏହି ଅର୍ଡର ପାଇଁ ଏକ କଡ଼ା ପ୍ରତିଯୋଗିତା ହୋଇଥିଲା। ଦେଶର ୪ଟି ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଏଥିରେ ଭାଗ ନେଇଥିଲେ। କିନ୍ତୁ କେବଳ ‘ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍’ ହିଁ ସେନାର ସମସ୍ତ କଠିନ ବୈଷୟିକ ଏବଂ ଅପରେସନାଲ୍ ମାନଦଣ୍ଡରେ ସମ୍ପୂର୍ଣ୍ଣ ଖାପ ଖାଇଲା। ଆଉ ତାରି ଫଳସ୍ୱରୂପ, ଆଜି ଆମ ସେନା ହାତରେ ଏହି ୪୫୦ଟି ଅତ୍ୟାଧୁନିକ ଡ୍ରୋନ୍ ପହଞ୍ଚିପାରିଛି।”
‘କାମିକେଜ୍’ ଶବ୍ଦଟି ଆପଣ ବୋଧହୁଏ ପୂର୍ବରୁ ଶୁଣିଥିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ପାଇଲଟମାନେ ନିଜ ବିମାନକୁ ଶତ୍ରୁର ଯୁଦ୍ଧପାତ୍ରରେ ପିଟିଦେଇ ଆତ୍ମବଳିଦାନ ଦେଉଥିଲେ। ଠିକ୍ ସେହିପରି, ଏହି ଡ୍ରୋନ୍ଗୁଡ଼ିକୁ ‘ଲଏଟରିଂ ମିନିସନ୍’ ମଧ୍ୟ କୁହାଯାଏ
ସରଳ ଭାବରେ କହିବାକୁ ଗଲେ— ଏହି ଡ୍ରୋନ୍ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ଆକାଶରେ ଘୂରି ବୁଲନ୍ତି ଏବଂ ଯେତେବେଳେ ସେମାନେ ଶତ୍ରୁର ଠିକଣା, ବଙ୍କର୍ କିମ୍ବା ଆତଙ୍କବାଦୀଙ୍କ ଲୁଚିବା ସ୍ଥାନକୁ ଚିହ୍ନଟ କରନ୍ତି, ସେମାନେ ସିଧାସଳଖ ଶତ୍ରୁ ଉପରକୁ ଖସିପଡ଼ି ବିସ୍ଫୋରଣ ଘଟାନ୍ତି। ଏହି ପ୍ରକ୍ରିୟାରେ ଡ୍ରୋନ୍ ନିଜେ ନଷ୍ଟ ହୋଇଯାଏ, କିନ୍ତୁ ଶତ୍ରୁର ଠିକଣାକୁ ମାଟିରେ ମିଶାଇଦିଏ!
ନାଗାସ୍ତ୍ର-୧ଆର୍ ହେଉଛି ଏକ ଫିକ୍ସଡ୍-ୱିଙ୍ଗ୍, ଇଲେକ୍ଟ୍ରିକ୍-ପାୱାର୍ଡ ଅନମ୍ୟାଣ୍ଡ ଏରିଆଲ୍ ଭେଇକିଲ୍। ଏହାକୁ ସ୍ୱତନ୍ତ୍ର ଭାବରେ ସ୍ୱଳ୍ପ ଦୂରତାର ସାମରିକ ଅଭିଯାନ ପାଇଁ ଡିଜାଇନ୍ କରାଯାଇଛି। ସୀମାରେ ଯେଉଁଠି ସାଧାରଣ କ୍ଷେପଣାସ୍ତ୍ର କିମ୍ବା ବଡ଼ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା କଷ୍ଟକର ହୁଏ, ସେଠାରେ ଏହି ଛୋଟ, ଶକ୍ତିଶାଳୀ ଡ୍ରୋନ୍ଗୁଡ଼ିକ ଜମ୍ରଦାର ଭୂମିକା ଗ୍ରହଣ କରନ୍ତି।”
ଏହି ଡ୍ରୋନର ଟେକ୍ନୋଲୋଜି ଏବଂ ଏହାର କ୍ଷମତା ଉପରେ, ଯାହା ଶତ୍ରୁକୁ ଚିନ୍ତାରେ ପକାଇ ଦେଇଛି:

୧. ଉଚ୍ଚତା ଏବଂ ଉଡ଼ାଣ କ୍ଷମତା: ଏହି ଡ୍ରୋନ୍ ୪,୫୦୦ ମିଟରରୁ ଅଧିକ ଉଚ୍ଚତାରେ ସହଜରେ ଉଡ଼ାଣ ଭରିପାରେ। ଅର୍ଥାତ୍ ପାହାଡ଼ିଆ ଅଞ୍ଚଳ କିମ୍ବା ଉଚ୍ଚ ଅଞ୍ଚଳରେ ବି ଏହା ପ୍ରଭାବଶାଳୀ ଭାବରେ କାମ କରିବ।
୨. ଉଡ଼ାଣ ସମୟ (Endurance): ଏହା ଆକାଶରେ ପ୍ରାୟ ୬୦ ମିନିଟ୍ ବା ଏକ ଘଣ୍ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ମହଜୁଦ ରହିପାରେ ଏବଂ ଶତ୍ରୁ ଉପରେ ନଜର ରଖିପାରେ।
୩. ସଠିକ୍ ଟାର୍ଗେଟ୍ (Precision): ଏହା GPS-ଇନବେଲ୍ଡଅ ଟେକ୍ନୋଲୋଜି ସହିତ ସଜ୍ଜିତ। ଏହାର ସଠିକତା ଏତେ ଉଚ୍ଚକୋଟୀର ଯେ ଏହା ମାତ୍ର ୨ ମିଟର ବ୍ୟବଧାନର ସଠିକତା ସହିତ ଶତ୍ରୁକୁ ଟାର୍ଗେଟ୍ କରିପାରେ! ଅର୍ଥାତ୍ ଯଦି ଶତ୍ରୁ ଗୋଟିଏ ଛୋଟ ଘର କିମ୍ବା ଗାଡ଼ି ଭିତରେ ଥାଏ, ଏହା ଠିକ୍ ସେହି ସ୍ଥାନରେ ଯାଇ ମାଡ଼ ହେବ।
୪. ରେଞ୍ଜ୍ ଏବଂ କଣ୍ଟ୍ରୋଲ୍: ‘ମ୍ୟାନ୍-ଇନ୍-ଦ-ଲୁପ୍’ (Man-in-the-loop) କଣ୍ଟ୍ରୋଲ୍ ମାଧ୍ୟମରେ ଏହା ୧୫ କିଲୋମିଟର ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ନିୟନ୍ତ୍ରିତ ହୋଇପାରେ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ (Autonomous) ମୋଡ୍ରେ ଏହା ୩୦ କିଲୋମିଟର ପର୍ଯ୍ୟନ୍ତ କାମ କରିପାରିବ।
ଭାବନ୍ତୁ ଦର୍ଶକବନ୍ଧୁ, ସୀମାରେ ଲୁଚି ରହିଥିବା ଆତ୍ଙ୍କବାଦୀ କ୍ୟାମ୍ପ ହେଉ କିମ୍ବା ଶତ୍ରୁର ବଙ୍କର— ଏହି ଡ୍ରୋନ୍ଗୁଡ଼ିକ ପାଇଁ କାହାକୁ ବି ଲୁଚିବା ସମ୍ଭବ ହେବ ନାହିଁ।”
“ଏହି ଖବରର ସବୁଠାରୁ ବଡ଼ ସକରାତ୍ମକ ଦିଗଟି ହେଉଛି— ଏହା ସମ୍ପୂର୍ଣ୍ଣ ଭାବରେ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ଜ୍ୱଳନ୍ତ ଉଦାହରଣ।
ବର୍ଷ ବର୍ଷ ଧରି ଭାରତ ପ୍ରତିରକ୍ଷା ସାମଗ୍ରୀ ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରୁଥିଲା। କିନ୍ତୁ ଆଜି ସମୟ ବଦଳିଛି। ଆଜି ଆମ ଦେଶର ଘରୋଇ କମ୍ପାନୀଗୁଡ଼ିକ, ଯେପରିକି ”ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍”, ବିଶ୍ୱସ୍ତରୀୟ ଗୁଣବତ୍ତା ସମ୍ପନ୍ନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ତିଆରି କରି କେବଳ ଭାରତୀୟ ସେନାକୁ ନୁହେଁ, ବରଂ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆତ୍ମନିର୍ଭର କରି କୁହୁଳୁଥିବା ଆଶାକୁ ବାସ୍ତବ ରୂପ ଦେଉଛନ୍ତି।
ଯେତେବେଳେ ଭାରତୀୟ ଯବାନଙ୍କ ହାତରେ ଏପରି ସ୍ୱଦେଶୀ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ପହଞ୍ଚେ, ସେତେବେଳେ ସେମାନଙ୍କର ମନୋବଳ ଆହୁରି ଦୃଢ଼ ହୋଇଯାଏ। ଏହା କେବଳ ସୀମାର ସୁରକ୍ଷା ପାଇଁ ନୁହେଁ, ବରଂ ଭାରତର ପ୍ରତିରକ୍ଷା ଶିଳ୍ପକୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ଦେଉଛି।”
also read


