ଭାରତ ଏବଂ ବାଂଲାଦେଶ ସୀମାରେ ଏବେ ଏମିତି ଏକ ଘଟଣା ଘଟୁଛି, ଯାହା ସାରା ଦେଶକୁ ଚକିତ କରିଦେଇଛି। ଜଣେ ମା’ କଣ କେବେ ନିଜ ସନ୍ତାନକୁ ଚିହ୍ନିବାକୁ ମନା କରିପାରେ? ହେଲେ ଏଠାରେ ଗୋଟିଏ ଦେଶ ନିଜର ନାଗରିକମାନଙ୍କୁ ଆପଣାଇବାକୁ ମନା କରିଦେଇଛି! ଆଜ୍ଞା ହଁ, ଭାରତ ଏବଂ ବାଂଲାଦେଶର ସୀମାନ୍ତରେ ଥିବା ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ (No Man’s Land) ଅର୍ଥାତ୍ ଜିରୋ ଲାଇନରେ ଏବେ ଏକ ବଡ଼ ହାଇଡ୍ରାମା ଦେଖିବାକୁ ମିଳୁଛି।
ପ୍ରାୟ ୧୦ ଜଣ ବାଂଲାଦେଶୀ ନାଗରିକ ଗତ କିଛି ଦିନ ହେବ ଖୋଲା ଆକାଶ ତଳେ, ସୀମା ମଝିରେ ଫସି ରହିଛନ୍ତି। କାରଣ ବାଂଲାଦେଶ ସେମାନଙ୍କୁ ନିଜ ଦେଶ ଭିତରକୁ ପ୍ରବେଶ କରିବାକୁ ଦେଉନାହିଁ। ବାଂଲାଦେଶ ନିଜର ହିଁ ନାଗରିକମାନଙ୍କୁ ଏକ ରାଜନୈତିକ ଗୋଟି (Geopolitical Pawn) ଭାବରେ ବ୍ୟବହାର କରୁଛି।
କିନ୍ତୁ ପ୍ରଶ୍ନ ଉଠୁଛି, ବାଂଲାଦେଶ ହଠାତ୍ ଏମିତି କାହିଁକି କରୁଛି? ଏହା ପଛର କାରଣ ହେଉଛି ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ (BSF) ଏବେ ବାଂଲାଦେଶର ବର୍ଡର ଗାର୍ଡସ ବାଂଲାଦେଶ (BGB) ସହ ଏକ ବଡ଼ ଧରଣର ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛି। ଠିକ୍ ଏହି ଡାଇରେକ୍ଟର ଜେନେରାଲ ସ୍ତରର ବୈଠକ ପୂର୍ବରୁ, ବାଂଲାଦେଶ ସୀମାରେ ଏହି ଡ୍ରାମା ରଚନା କରି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି।
ସେମାନେ ଭାରତକୁ ଏକ ସ୍ପଷ୍ଟ ମେସେଜ୍ ଦେବାକୁ ଚାହୁଁଛନ୍ତି ଯେ, ଭାରତ ଯଦି ବେଆଇନ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ଆଡ଼କୁ ଠେଲିବ, ତେବେ ଢାକା ସେମାନଙ୍କୁ ସହଜରେ ଗ୍ରହଣ କରିବ ନାହିଁ।
ବାଂଲାଦେଶୀ ମିଡିଆରେ ଏହି ଖବରକୁ ଏବେ ଖୁବ୍ ଜୋର୍ସୋର୍ରେ ପ୍ରଚାର କରାଯାଉଛି। ‘ଢାକା ଟ୍ରିବ୍ୟୁନ୍’ ହେଉ କି ‘ଦି ଡେଲି ଷ୍ଟାର୍’—ସବୁଠି ଏହି ୧୦ ଜଣ ଲୋକଙ୍କ ଫଟୋ ଛପା ହେଉଛି। ଏହି ଘଟଣାଟି ଘଟିଛି କୋଲକାତା ପାଖରେ ଥିବା ପ୍ରସିଦ୍ଧ ପେଟ୍ରାପୋଲ-ବେନାପୋଲ ବର୍ଡର (Benapole Border) ରେ।
ଗତ ମେ ୩୧ ଏବେ ଜୁନ୍ ୧ ତାରିଖ ରାତିରେ, ଭାରତ ଭିତରେ ବେଆଇନ ଭାବେ ରହୁଥିବା ୧୦ ଜଣ ବାଂଲାଦେଶୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ କାବୁ କରିଥିଲେ। ସେମାନଙ୍କୁ ଦୁଇଟି ଅପ୍ସନ ଦିଆଯାଇଥିଲା—କିମ୍ବା ସେମାନେ ଭାରତୀୟ ଜେଲ୍ରେ ରୁହନ୍ତୁ, ନଚେତ୍ ନିଜ ଦେଶକୁ ଫେରିଯାଆନ୍ତୁ। ସେମାନେ ନିଜ ଦେଶକୁ ଫେରିଯିବା ଶ୍ରେୟସ୍କର ମଣିଥିଲେ। ଭାରତ ପକ୍ଷରୁ କାଟାତାର ଗେଟ୍ ଖୋଲାଗଲା ଏବଂ ସେମାନଙ୍କୁ ବାଂଲାଦେଶ ସୀମା ଆଡ଼କୁ ପଠାଗଲା।
କିନ୍ତୁ ସେପଟେ କଣ ହେଲା? ସେପଟେ ବାଂଲାଦେଶର ବର୍ଡର ଗାର୍ଡସ (BGB) ପୂର୍ବରୁ ପ୍ରସ୍ତୁତ ହୋଇ ବସିଥିଲେ। ସେମାନେ ସେହି ୧୦ ଜଣଙ୍କୁ ନିଜ ସୀମା ଭିତରକୁ ପୂରାଇ ଦେଲେ ନାହିଁ। ବାଂଲାଦେଶର କହିବା କଥା ହେଲା, ଏହି ଲୋକମାନଙ୍କର ସଠିକ୍ ଭେରିଫିକେସନ୍ ବା ଚିହ୍ନଟ ପ୍ରକ୍ରିୟା ହୋଇନାହିଁ, ତେଣୁ ସେମାନେ ଏମାନଙ୍କୁ ଗ୍ରହଣ କରିବେ ନାହିଁ। ଏପଟେ ବିଏସଏଫ୍ ମଧ୍ୟ ଜିଦ୍ରେ ଅଟଳ ରହିଲା ଯେ, ଏମାନେ ତୁମ ଦେଶର ଲୋକ, ତୁମକୁ ହିଁ ନେବାକୁ ପଡ଼ିବ, ଆମେ ଏମାନଙ୍କୁ ଆଉ ଭାରତ ଭିତରକୁ ଆସିବାକୁ ଦେବୁନାହିଁ। ପରିଣାମସ୍ୱରୂପ, ସେହି ଦୁର୍ଭାଗ୍ୟଜନକ ୧୦ ଜଣ ଲୋକ ଏବେ ଦୁଇ ଦେଶର ସୀମା ମଝିରେ, ସାଦିପୁର ଗାଁ ପାଖ ‘ବମ୍ବେ ତାଲା ଫିଲ୍ଡ’ ନାମକ ଜାଗାରେ ଖୋଲା ଆକାଶ ତଳେ ବସି ରହିଛନ୍ତି।
ଏବେ ଆପଣ ଭାବୁଥିବେ, ବେଆଇନ ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ଫେରାଇବାର ନିୟମ କଣ? ନିୟମ ଅନୁସାରେ, ଯେତେବେଳେ ଭାରତରେ କୌଣସି ବେଆଇନ ବାଂଲାଦେଶୀ ଧରାପଡ଼େ, ପ୍ରଥମେ ତାକୁ ପଚରାଉଚରା କରାଯାଏ, ତାର ବାୟୋମେଟ୍ରିକ ଡାଟା ନିଆଯାଏ ଏବଂ ତାର ଆଧାର କାର୍ଡ ଥିଲେ ତାକୁ ବ୍ଲକ କରାଯାଏ। ଏହା ପରେ ଆରମ୍ଭ ହୁଏ ସବୁଠାରୁ ବଡ଼ ସମସ୍ୟା—ଯାହାକୁ କୁହାଯାଏ ‘National Verification’ ବା ଜାତୀୟତା ଚିହ୍ନଟ ପ୍ରକ୍ରିୟା। ଭାରତର ବୈଦେଶିକ ମନ୍ତ୍ରାଳୟ (MEA) ଢାକାରେ ଥିବା ବାଂଲାଦେଶ ସରକାରଙ୍କୁ ସେହି ଲୋକର ସମ୍ପୂର୍ଣ୍ଣ ଡିଟେଲ୍ସ ପଠାଏ। ବାଂଲାଦେଶ ସରକାର ସେହି ଫାଇଲ୍କୁ ନିଜର ସ୍ଥାନୀୟ ଜିଲ୍ଲା ଏବଂ ପୋଲିସ ଷ୍ଟେସନକୁ ପଠାନ୍ତି, ଯେଉଁଠି ପୋଲିସ ସେହି ଲୋକର ଘରକୁ ଯାଇ ଯାଞ୍ଚ କରେ ଯେ ସେ ପ୍ରକୃତରେ ସେହି ଦେଶର କି ନୁହେଁ।
କିନ୍ତୁ ଆପଣ ଜାଣିଛନ୍ତି ବାଂଲାଦେଶ ଏହି ପ୍ରକ୍ରିୟାରେ କେତେ ସମୟ ନିଏ? ବାଂଲାଦେଶ ସରକାର ଏହି ଭେରିଫିକେସନ୍ ଫାଇଲ୍ ଉପରେ ବର୍ଷ ବର୍ଷ ଧରି ବସି ରହନ୍ତି। ୨୦୨ ମସିହା ମେ ମାସ ସୁଦ୍ଧା, ପ୍ରାୟ ୨,୮୬୦ଟି ଏମିତି କେସ୍ ଅଛି, ଯାହା ଗତ ୫ ବର୍ଷରୁ ଅଧିକ ସମୟ ହେବ ବାଂଲାଦେଶ ପାଖରେ ପେଣ୍ଡିଙ୍ଗ ପଡ଼ିଛି! ବାଂଲାଦେଶ କୌଣସି ଆକ୍ସନ ନେଉନାହିଁ। ଏହା ବାଂଲାଦେଶ ପାଇଁ ଏକ ସହଜ ଲୁପ୍ହୋଲ୍ (Loopphole) ସାଜିଛି। ସେମାନେ ଭେରିଫିକେସନ୍ କରନ୍ତି ନାହିଁ, ଯାହାଫଳରେ ସେମାନଙ୍କର ବେଆଇନ ନାଗରିକମାନେ ଭାରତରେ ରହି ଭାରତ ସରକାରଙ୍କ ସବସିଡି ଏବଂ ସବୁ ସୁବିଧାର ମାଗଣାରେ ଆନନ୍ଦ ନିଅନ୍ତି।
ଯେତେବେଳେ ବାଂଲାଦେଶ ଆଇନଗତ ଭାବେ ନିଜ ଲୋକଙ୍କୁ ଫେରାଇ ନେବାକୁ ବିଳମ୍ବ କରେ, ସେତେବେଳେ ଭାରତ ସରକାରଙ୍କ ପାଖରେ ‘Push In’ ବା ସୀମା ପାର୍ କରି ସେମାନଙ୍କୁ ନିଜ ଦେଶକୁ ପଠାଇବା ଛଡ଼ା ଅନ୍ୟ କୌଣସି ଉପାୟ ନଥାଏ। ଭାରତ ଏବେ ପଶ୍ଚିମବଙ୍ଗ ଏବଂ ଆସାମରେ ବେଆଇନ ବାଂଲାଦେଶୀଙ୍କ ବିରୋଧରେ କଡ଼ା ଆକ୍ସନ ନେଉଛି। ଆସାମ ଭଳି ପଶ୍ଚିମବଙ୍ଗରେ ମଧ୍ୟ ‘Holding Centers’ ବା ସ୍ୱତନ୍ତ୍ର କ୍ୟାମ୍ପ ତିଆରି କରାଯାଇଛି, ଯେଉଁଠି ବେଆଇନ ମାଇଗ୍ରେଣ୍ଟସଙ୍କୁ ବନ୍ଦୀ କରି ରଖାଯାଉଛି। ଏହି ଜେଲ୍ ଭଳି ପରିବେଶରୁ ବଞ୍ଚିବା ପାଇଁ ଅନେକ ବାଂଲାଦେଶୀ ନିଜେ ହିଁ ସୀମା ପାର୍ ହୋଇ ନିଜ ଦେଶକୁ ଫେରିଯିବାକୁ ପସନ୍ଦ କରୁଛନ୍ତି। ପୂର୍ବରୁ ହକିମପୁର ବର୍ଡର ଦେଇ ଦୈନିକ ୧୦୦ ରୁ ଅଧିକ ବାଂଲାଦେଶୀ ନିଜ ଦେଶକୁ ଫେରୁଥିଲେ ଏବଂ ଏହି ପ୍ରକ୍ରିୟା ବହୁତ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। କିନ୍ତୁ ହଠାତ୍ ବାଂଲାଦେଶ ଏବେ ନିଜର ଶକ୍ତି ପ୍ରଦର୍ଶନ (Muscle Flexing) କରିବା ଆରମ୍ଭ କରିଛି।
ଏବେ ଆଲୋଚନା କରିବା ଏହି ସମଗ୍ର ବିବାଦର ସବୁଠାରୁ ବଡ଼ କାରଣ ବିଷୟରେ—ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା DGB Level Border Talks। ବର୍ଷକୁ ଦୁଇଥର ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏହି ଦ୍ୱିପାକ୍ଷିକ ଉଚ୍ଚସ୍ତରୀୟ ସୀମା ବୈଠକ ଅନୁଷ୍ଠିତ ହୁଏ। ଏଥର ଏହି ବୈଠକ ନୂଆଦିଲ୍ଲୀରେ ହେବାକୁ ଯାଉଛି ଏବଂ ବାଂଲାଦେଶରେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ବୈଠକ।
ଭାରତ ପକ୍ଷରୁ ଏହି ବୈଠକରେ କେଉଁ କେଉଁ ମୁଖ୍ୟ ପ୍ରସଙ୍ଗ ଉଠାଇବାକୁ ଯାଉଛି?
1. ବର୍ଡର ଫେନ୍ସିଂ (Border Fencing): ସୀମାରେ କାଟାତାର ବେଢ଼ା ତିଆରି କରିବାରେ ବାଂଲାଦେଶର ବର୍ଡର ଗାର୍ଡସ ସବୁବେଳେ ବାଧା ସୃଷ୍ଟି କରନ୍ତି, ଭାରତ ଚାହେଁ ଏହି ବାଧା ହଟୁ।
2. ସୀମାପାର ଅପରାଧ ଓ ଅନୁପ୍ରବେଶ: ବାଂଲାଦେଶରୁ ହେଉଥିବା ବେଆଇନ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ।
3. BSF ଉପରେ ଆକ୍ରମଣ: ବାଂଲାଦେଶୀ ସ୍ମଗଲରମାନେ ପ୍ରାୟ ସମୟରେ ଭାରତୀୟ ସୀମା ସୁରକ୍ଷା ବାହିନୀ (BSF) ଉପରେ ଆକ୍ରମଣ କରନ୍ତି, ତାହା ବନ୍ଦ ହେବା ଦରକାର।
4. ଅନୁପ୍ରବେଶକାରୀଙ୍କ ପ୍ରତ୍ୟାର୍ପଣ: ବେଆଇନ ବାଂଲାଦେଶୀଙ୍କୁ ଫେରାଇ ନେବା ପାଇଁ ଏକ ସଠିକ୍ ଓ ଦ୍ରୁତ ନିୟମ ପ୍ରଣୟନ ହେଉ।
ଅପରପକ୍ଷରେ, ବାଂଲାଦେଶୀ ମିଡିଆ ଅନୁସାରେ ବାଂଲାଦେଶ ଏହି ବୈଠକରେ ଭାରତ ଉପରେ ଓଲଟା ଚାପ ପକାଇବାକୁ ଚାହୁଁଛି। ସେମାନଙ୍କର ସବୁଠାରୁ ବଡ଼ ଏଜେଣ୍ଡା ହେଉଛି ‘Border Killings’ ଅର୍ଥାତ୍ ସୀମାରେ ବିଏସଏଫ୍ ଗୁଳିରେ ବାଂଲାଦେଶୀ ଚୋରା ଚାଲାଣକାରୀଙ୍କ ମୃତ୍ୟୁକୁ ରୋକିବା ଏବଂ ଭାରତ ଯେଉଁ ‘Push In’ କରୁଛି ତାକୁ ବନ୍ଦ କରିବା। ଠିକ୍ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ, ନୋ ମ୍ୟାନ୍ସ ଲ୍ୟାଣ୍ଡରେ ୧୦ ଜଣ ଲୋକଙ୍କୁ ଅଟକାଇ ବାଂଲାଦେଶ ଏକ ଆନ୍ତର୍ଜାତୀୟ ସେଣ୍ଟିମେଣ୍ଟ ତିଆରି କରିବାକୁ ଚେଷ୍ଟା କରୁଛି, ଯେମିତି ସେମାନେ ବୈଠକ ଟେବୁଲ୍ରେ ଭାରତ ସହ ଦରଦାମ୍ (Negotiation Leverage) କରିପାରିବେ।
କିନ୍ତୁ ଭାରତ ଏବଂ ବାଂଲାଦେଶର ସମ୍ପର୍କ ଏକ ‘Transactional’ ସମ୍ପର୍କ ଅର୍ଥାତ୍ ଏଠାରେ ଗୋଟିଏ ହାତରେ ନେଲେ ଅନ୍ୟ ହାତରେ ଦେବାକୁ ପଡ଼ିଥାଏ। ବାଂଲାଦେଶ ଯଦି ଭାବୁଛି ସେ ଏହି ୧୦ ଜଣ ଲୋକଙ୍କୁ ମୋହରା କରି ଭାରତକୁ ବ୍ଲାକମେଲ୍ କରିବ, ତେବେ ସେ ଭୁଲ୍ ଭାବୁଛି। କାରଣ ଭାରତ ହାତରେ ଏମିତି ଅନେକ ବଡ଼ ବଡ଼ କାର୍ଡ (Cards) ଅଛି, ଯାହା ବାଂଲାଦେଶର ଅଣ୍ଟା ଭାଙ୍ଗିଦେଇପାରେ।
ବାଂଲାଦେଶ ନିଜର ବ୍ୟବସାୟ, ଶକ୍ତି (Energy Needs) ଏବଂ ନିଜର ସବୁଠାରୁ ବଡ଼ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତ ଉପରେ ନିର୍ଭରଶୀଳ। ବାଂଲାଦେଶ ଚାଲୁଥିବା ପାୱାର ସେକ୍ଟର ଏବଂ ଡିଜେଲ୍ ଯୋଗାଣ ଭାରତରୁ ହିଁ ହୋଇଥାଏ। କିନ୍ତୁ ଭାରତ ହାତରେ ଥିବା ସବୁଠାରୁ ବଡ଼ ବ୍ରହ୍ମାସ୍ତ୍ର ହେଉଛି—ପାଣି! ଅର୍ଥାତ୍ ଗଙ୍ଗା ନଦୀର ଜଳ ଚୁକ୍ତି।
୧୯୯୬ ମସିହାରେ ଭାରତ ଏବେ ବାଂଲାଦେଶ ମଧ୍ୟରେ ୩୦ ବର୍ଷ ପାଇଁ “Ganga Water Treaty” ସ୍ୱାକ୍ଷରିତ ହୋଇଥିଲା, ଯାହା ଆଗାମୀ ଡିସେମ୍ବର ୨୦୨୬ ରେ ଶେଷ ହେବାକୁ ଯାଉଛି। ପାଣି ହେଉଛି ବାଂଲାଦେଶର କୃଷି, ମତ୍ସ୍ୟଚାଷ ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ଜୀବନମରଣର ପ୍ରଶ୍ନ। ଭାରତରେ ଥିବା ଫରାକ୍କା ବ୍ୟାରେଜ୍ (Farakka Barrage) ମାଧ୍ୟମରେ ଭାରତ ଗଙ୍ଗା ନଦୀର ଅଧିକାଂଶ ପାଣିକୁ ନିଜର ହୁଗୁଳି ନଦୀ ଆଡ଼କୁ ମୋଡ଼ି ଦେଇପାରେ। ଯଦି ଭାରତ ଗଙ୍ଗାର ପାଣି ବାଂଲାଦେଶ ଆଡ଼କୁ ଛାଡ଼ିବା କମେଇଦିଏ, ତେବେ ବାଂଲାଦେଶର ରାଜସାହୀ ସମେତ ଏକ ବିରାଟ ବଡ଼ ଉର୍ବର ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ମରୁଭୂମି ପାଲଟିଯିବ। ସେଠାକାର ଚାଷୀମାନେ ବର୍ଷକୁ ୩ଟି ଚାଷ କରିବା ତ ଦୂରର କଥା, ପିଇବା ପାଣି ପାଇଁ ଡହଳବିକଳ ହେବେ।
ବାଂଲାଦେଶ ବ୍ୟାକୁଳ ଭାବେ ଚାହୁଁଛି ଯେ ଭାରତ ଏହି ଗଙ୍ଗା ଜଳ ଚୁକ୍ତିକୁ ପୁଣିଥରେ ନବୀକରଣ (Renew) କରୁ। ଭାରତ ଏହାକୁ ନବୀକରଣ କରିବାକୁ ପ୍ରସ୍ତୁତ, କିନ୍ତୁ ଏଥର ଭାରତ ମାଗଣାରେ କିଛି ଦେବନାହିଁ। ଯଦି ବାଂଲାଦେଶକୁ ଗଙ୍ଗାର ପାଣି ଦରକାର, ତେବେ ବଦଳରେ ତାକୁ ଭାରତରେ ଥିବା ନିଜର ଲକ୍ଷ ଲକ୍ଷ ବେଆଇନ ଅନୁପ୍ରବେଶକାରୀଙ୍କୁ ହସିହସି ନିଜ ଦେଶକୁ ଫେରାଇ ନେବାକୁ ପଡ଼ିବ। ତେଣୁ ସୀମାରେ ଯେଉଁ ୧୦ ଜଣ ଲୋକଙ୍କୁ ନେଇ ବାଂଲାଦେଶ ରାଜନୀତି କରୁଛି, ସେହି ଖେଳ ବେଶୀ ଦିନ ଚାଲିବ ନାହିଁ। ବୈଠକ ଟେବୁଲ୍ରେ ଭାରତ ନିଜର ଜଳ ଶକ୍ତିର ବ୍ରହ୍ମାସ୍ତ୍ର ଦେଖାଇ ବାଂଲାଦେଶକୁ ଆଣ୍ଠେଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
AlsoRead; https://purvapaksa.com/singhams-tension-with-bjp/


