ଭାରତୀୟ ରାଜନୀତିରେ ନିର୍ବାଚନ ଆସିଲେ କିଛି ଚେହେରା ଟିଭି ପରଦାରେ ଏବଂ ସୋସିଆଲ୍ ମିଡିଆରେ ଚମକିବାକୁ ଲାଗନ୍ତି । କିଏ ନିଜକୁ ‘ଆଧୁନିକ ଚାଣକ୍ୟ’ କହେ ତ ଆଉ କିଏ ‘ସେଫୋଲୋଜିଷ୍ଟ’ ବା ନିର୍ବାଚନୀ ବିଶେଷଜ୍ଞର ମଲାମ ପିନ୍ଧି ଡାଟା ପଢେ । ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବ ଏବଂ ପ୍ରଦୀପ ଗୁପ୍ତା – ଏହି ତିନୋଟି ନାମ ତ ଆପଣ ନିଶ୍ଚୟ ଶୁଣିଥିବେ ।
କିନ୍ତୁ ଏମାନେ କ’ଣ ସତରେ କୌଣସି ବୈଜ୍ଞାନିକ ପଦ୍ଧତିରେ ନିର୍ବାଚନ ବିଶ୍ଳେଷଣ କରନ୍ତି ନା କେବଳ ପବନର ଗତି ଦେଖି ‘ତୁକ୍କା’ ମାରନ୍ତି? କାହିଁକି ଏମାନଙ୍କର ଭବିଷ୍ୟବାଣୀ ବାରମ୍ବାର ଭୁଲ୍ ହେଉଛି?
![]()
ସବୁଠାରୁ ପ୍ରଥମେ ଆସେ ପ୍ରଶାନ୍ତ କିଶୋରଙ୍କ କଥା । ନିକଟରେ ତାମିଲନାଡୁ ନିର୍ବାଚନ ଫଳାଫଳ ପରେ ପ୍ରଶାନ୍ତ କିଶୋରଙ୍କ ଡିଜିଟାଲ୍ ଆର୍ମି ପୁଣିଥରେ ସକ୍ରିୟ ହୋଇଯାଇଛି । କୁହାଯାଉଛି ଯେ ପ୍ରଶାନ୍ତ କିଶୋର ବିଜୟଙ୍କୁ ନିର୍ବାଚନ ଜିତାଇଦେଲେ, ପ୍ରଶାନ୍ତ କିଶୋର ଡିଏମକେକୁ ହରାଇଦେଲେ । କିନ୍ତୁ ପ୍ରଶ୍ନ ହେଉଛି, ଯଦି ପ୍ରଶାନ୍ତ କିଶୋର ଏତେ ବଡ଼ କିଙ୍ଗ୍ ମେକର୍, ତେବେ ସେ ନିଜେ କାହିଁକି କିଙ୍ଗ୍ ହୋଇପାରୁନାହାଁନ୍ତି?
ବିହାର ନିର୍ବାଚନରେ ତାଙ୍କ ପାର୍ଟି ୨୩୮ଟି ସିଟ୍ରୁ ୨୩୬ଟିରେ ଜମାନତ ହରାଇଲା । ସତ୍ୟ ତ ଏହା ଯେ, ପ୍ରଶାନ୍ତ କିଶୋର ସବୁବେଳେ ସେହି ଘୋଡ଼ା ଉପରେ ବାଜି ଲଗାନ୍ତି ଯିଏ ଜିତିବା ଆଗରୁ ହିଁ ନିଶ୍ଚିତ ଥାଏ । ୨୦୧୪ରେ ବିଜେପି ପାଖରେ ମୋଦୀ ଲହର ଥିଲା, ପ୍ରଶାନ୍ତ କିଶୋର ନଥିଲେ ବି ବିଜେପି ଜିତିଥାନ୍ତା । ୨୦୧୫ରେ ନୀତିଶ-ଲାଲୁ ମେଣ୍ଟ, ୨୦୧୭ରେ ପଞ୍ଜାବରେ କଂଗ୍ରେସ ଏବଂ ୨୦୧୯ରେ ଆନ୍ଧ୍ରରେ ଜଗନମୋହନ ରେଡ୍ଡୀ – ଏହି ସବୁ ସ୍ଥାନରେ ଜିତିବାର ସମ୍ଭାବନା ପୂର୍ବରୁ ଅଧିକ ଥିଲା । ପ୍ରଶାନ୍ତ କିଶୋର କେବଳ ଶେଷ ମୁହୂର୍ତ୍ତରେ ଯୋଡି ହୋଇ ସବୁ କ୍ରେଡିଟ୍ ନିଜେ।
![]()
ଦ୍ୱିତୀୟରେ ଆସେ ଯୋଗେନ୍ଦ୍ର ଯାଦବଙ୍କ କଥା । ଏମିତି କୌଣସି ନିର୍ବାଚନ ନାହିଁ ଯେଉଁଠି ଯୋଗେନ୍ଦ୍ର ଜୀ କଂଗ୍ରେସ ପାଇଁ ‘ସୁନାମି’ ଆସୁଛି ବୋଲି କୁହନ୍ତି ନାହିଁ । କିନ୍ତୁ ଦୁର୍ଭାଗ୍ୟର କଥା, ସେହି ସୁନାମି କେବଳ ଟ୍ୱିଟର ଏବଂ ୟୁଟ୍ୟୁବ୍ରେ ହିଁ ସୀମିତ ରହିଯାଏ । ଗ୍ରାଉଣ୍ଡ ରିଆଲିଟି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ନିଜର ରାଜନୈତିକ ଏଜେଣ୍ଡାକୁ ସେଫୋଲୋଜିର ନାମ ଦେଇ ଲୋକଙ୍କୁ ବିଭ୍ରାନ୍ତ କରନ୍ତି । ଯେତେବେଳେ ଫଳାଫଳ ଓଲଟା ଆସେ, ସେତେବେଳେ ସେ ଇଭିଏମ୍ କିମ୍ବା ଅନ୍ୟ ବାହାନା ଖୋଜନ୍ତି ।
ଶେଷରେ ଆସନ୍ତି ସିଏ , ଯିଏ ଟିଭି ଷ୍ଟୁଡିଓରେ ନିଜର ଆବେଗ ପାଇଁ ଜଣାଶୁଣା ; ପ୍ରଦୀପ ଗୁପ୍ତା । ୨୦୨୦ ଦିଲ୍ଲୀ ନିର୍ବାଚନରେ ଯେତେବେଳେ ତାଙ୍କ ତୁକ୍କା ଲାଗିଗଲା, ସେ ରାଜଦୀପ ସରଦେଶାୟଙ୍କ ସହ ଷ୍ଟୁଡିଓରେ ନାଚିଲେ । ୨୦୨୪ ଲୋକସଭା ନିର୍ବାଚନରେ ଯେତେବେଳେ ଆକଳନ ଭୁଲ୍ ହେଲା, ସେ ଟିଭିରେ କାନ୍ଦିଲେ।

ଆଉ ଏହି ବର୍ଷ ବଙ୍ଗଳା ନିର୍ବାଚନରେ ଯେତେବେଳେ ଜାଣିଲେ ଯେ ତୁକ୍କା ଲଗାଇବା କଷ୍ଟକର, ସେ ଏଗଜିଟ୍ ପୋଲ୍ ହିଁ ବାହାର କଲେ ନାହିଁ । ପ୍ରଶ୍ନ ହେଉଛି, ଯଦି ଆପଣ ଜଣେ ବିଜ୍ଞାନଭିତ୍ତିକ ବିଶ୍ଳେଷକ, ତେବେ ଆପଣଙ୍କୁ ନାଚିବା କିମ୍ବା କାନ୍ଦିବାକୁ କାହିଁକି ପଡୁଛି? ଏହାର ଅର୍ଥ ଆପଣଙ୍କ ପାଖରେ କୌଣସି ଠୋସ୍ ତଥ୍ୟ ନାହିଁ, ଆପଣ କେବଳ ଅନୁମାନର ଖେଳ ଖେଳୁଛନ୍ତି ।
ପ୍ରକୃତରେ ସେଫୋଲୋଜି (Sephology) ଏକ ଗୁରୁତର ଗବେଷଣା ମାଗେ । ଏଥିପାଇଁ ଜମି ସ୍ତରରେ କାମ କରିବାକୁ ପଡେ, ହଜାର ହଜାର ଲୋକଙ୍କ ନମୁନା ବା ସାମ୍ପଲ୍ ନେବାକୁ ପଡ଼େ । କିନ୍ତୁ ଆମ ଦେଶର ଏହି ତଥାକଥିତ ବିଶେଷଜ୍ଞମାନେ ଏସି ରୁମ୍ରେ ବସି ନିଜ ମନମୁତାବକ ଆକଳନ କରନ୍ତି । ସେ ସଞ୍ଜୟ କୁମାର ହୁଅନ୍ତୁ କିମ୍ବା ଆଦେଶ ରାୱଲ୍, ଏମାନଙ୍କର ରିସର୍ଚ୍ଚ କେବଳ ନିଜର ବନ୍ଧୁତା ଏବଂ ସମ୍ପର୍କ ଉପରେ ଆଧାରିତ ।
ଏହି ଲୋକମାନେ ନିଜର ଏକ ‘ପ୍ରୋପାଗାଣ୍ଡା ମେସିନାରୀ’ ତିଆରି କରିଛନ୍ତି । ମିଡିଆ ସମ୍ପାଦକ ଏବଂ ଆଙ୍କର୍ମାନଙ୍କ ସହ ଥିବା ଭଲ ସମ୍ପର୍କ ଯୋଗୁଁ ଏମାନେ ସବୁବେଳେ ଚର୍ଚ୍ଚାରେ ରହନ୍ତି ଏବଂ ନିଜକୁ ‘ହିରୋ’ ଭାବେ ଉପସ୍ଥାପନ କରନ୍ତି।
ଶେଷରେ ଏତିକି କୁହାଯାଇପାରେ ଯେ, ଭାରତୀୟ ଭୋଟର ଏବେ ବହୁତ ସଚେତନ । ସେମାନେ ଏହି ଟିଭି ପଣ୍ଡିତମାନଙ୍କ କଥାରେ ପ୍ରଭାବିତ ହେଉନାହାଁନ୍ତି । ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବ ଏବଂ ପ୍ରଦୀପ ଗୁପ୍ତା – ଏମାନେ କେବଳ ତଥ୍ୟର ଜାଲ ବୁଣୁଥିବା ବ୍ୟକ୍ତି, ଯାହାଙ୍କର ଅସଲ ମୁଖା ଏବେ ଜନତାଙ୍କ ଆଗରେ ଖୋଲିଯାଇଛି ।
also read : https://purvapaksa.com/soft-jihad-in-the-corporate-world-nida-khan-and-mominat-network-exposed/


