ଏଥିପାଇଁ ବୋଧେ ସାରା ଦେଶରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡୁଛି । କଂଗ୍ରେସ ଜିତିଲେ ସବୁଜ ପତକା ଉଡୁଛି, ପାକିସ୍ତାନଙ୍କୁ ସୁହାଇଲା ଭଳି ନାରା ଲାଗୁଛି। ଅନ୍ୟପଟେ ବିଜେପି ଜିତିଲେ ସରକାରୀ ଅଫିସରେ ବାବୁମାନେ ଖୁସିରେ ଗେରୁଆ ରଙ୍ଗରେ ଅଦିନିଆ ହୋଲି ଖେଳୁଛନ୍ତି । ଗୋଟେ ପଟେ କେରଳରେ କଂଗ୍ରେସ ଜିତିବା ଖୁସି ଆଉ ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ ବିଜେପି ଜିତିବା ଖୁସି , ଗୋଟେ ଗେରୁଆ ରଙ୍ଗରେ ସବୁ କିଛି ରଙ୍ଗିନ ତ ଅନ୍ୟ ପକ୍ଷରେ ସବୁଜ ରଙ୍ଗରେ ରଙ୍ଗୀନ ।
ଆଜି ଯେଉଁ ଚିତ୍ର କେରଳରେ ଦେଖାଯାଉଛି ତାହା ହୁଏତ ପଶ୍ଚିମବଙ୍ଗରେ ବି ଆହୁରୀ ଅଧିକ ଭାବରେ ଦେଖିବାକୁ ମିଳିଥାନ୍ତା ଯଦି ସେଠି ଟିଏମସି ଜିତିଥାନ୍ତା । କିନ୍ତୁ ସମୟର ବିଡମ୍ବନା ଦେଖନ୍ତୁ ହମ୍ବା ହମ୍ବା ରମ୍ବା ରମ୍ବା ଭଳି ମମତାଙ୍କ ଅବସ୍ଥା ହେଇଗଲା ।
ଏ ଚିତ୍ର ଦେଖିଲା ପରେ ଆଉ ଏକ କଥା ମନକୁ ଆସୁଛି । ଯେତେବେଳେ କେରଳରେ କଂଗ୍ରେସ ଜିତିଲା ସେତେବେଳେ କଂଗ୍ରେସ ସମର୍ଥକମାନେ ଏକ ନେରେଟିଭ କ୍ରିଏଟ କଲେ କି କେରଳରେ ପାଠ ପଢୁଆ ଲୋକ ଅଛନ୍ତି ବୋଲି କଂଗ୍ରେସକୁ ସମର୍ଥନ କଲେ । ଆଉ ବାକି ଜାଗାରେ କଣ ମୁର୍ଖ ଲୋକ ସବୁ ଅଛନ୍ତି ବୋଲି ପରୋକ୍ଷରେ ପ୍ରଶ୍ନ ଉଠିଲା । ଏବେ ସେହିମାନଙ୍କୁ ଏହି ସରକାରୀ ଅଫିସ ଭିଡିଓ ଦେଖିଲା ପରେ ପ୍ରଶ୍ନ କରିବାକୁ ଇଛା ହଉଛି କି
କଣ ଏହି ସରକାରୀ ବାବୁମାନେ ଅପାଠୁଆ କି ?
ଏମାନଙ୍କୁ ତ ବିଜେପି ଚାକିରୀ ଦେଇ ନଥିଲା ?
ଏମାନେ ତ ମମତା ସରକାରରେ କାମ କରୁଥିଲେ ?
ରାଜ୍ୟ ସରକାରଙ୍କ ଠୁ ଦରମା ନେଉଥିଲେ ?
ଏମାନେ ବି କଣ ମୁର୍ଖ ଲୋକ କି ?
ଆମେ ଜାଣିଛୁ ଏହି କଥା କହିଲେ ଅନେକ ଆମକୁ ଅନ୍ଧଭକ୍ତ କହିବେ । କେତେ ପ୍ରକାର ସମାଲୋଚନା କରିବେ । କିନ୍ତୁ ଥରେ ଆପଣ ବାସ୍ତବରେ ଚିନ୍ତା ତୁଷ୍ଟିକରଣ ରାଜନୀତିରେ ଗୋଟିଏ ସୀମା ଅଛି କି ନାହିଁ ?
ବିଜେପି ପ୍ରସଙ୍ଗରେ ଆପଣ ଯଦି ଦେଖିବେ ୯୦ ପ୍ରତିଶତ ମୁସଲିମ ତାଙ୍କୁ ଭୋଟ ଦିଅନ୍ତି ନାହିଁ କାହିଁକି ନା ସେମାନେ ହେଲେ ହିନ୍ଦୁବାଦୀ ବା ଦକ୍ଷିଣ ପନ୍ଥୀ ଦଳ । କିନ୍ତୁ କଂଗ୍ରେସକୁ ତ ହିନ୍ଦୁ ଭୋଟ ଦିଅନ୍ତି ତେବେ ସେକୁଲାର ନାଁରେ ସେମାନଙ୍କ ରାଲିରେ ସବୁଜ ପତକା କାହିଁକି ? ସବୁଜ ସହ ଗେରୁଆ ପତାକା ଉଡିଲେ କଣ ସେକୁଲାରିଜମ ସରିଜିବ ? ନା ସେକୁରାଲ ନାଁ ରେ ତୃଷ୍ଟୀକରଣ ରାଜନୀତି କରି ବାମପନ୍ଥୀ ଦଳ ଭଳି ଦେଶରୁ କଂଗ୍ରେସର ଚିହ୍ନ ବର୍ଣ୍ଣ ହଜିଯିବ ।
ପଶ୍ଚିମବଙ୍ଗରେ ମମତା ବାନାର୍ଜି ହାରିବା ପରେ ସାଧାରଣ ଲୋକଙ୍କ ଖୁସି ଦେଖିକି ଯିଏ କେହି ଭାରତୀୟ ଅପେ ବୁଝିପାରିବ ଯେ ସେଠି କେଉଁଭଳି ଭାବରେ ଜଙ୍ଗଲ ରାଜ ଚାଲିଥିଲା । ଏହି ସେହି କଂଗ୍ରେସ ଡିଏମକେ ସହିତ ଗଠବନ୍ଧନ କରି ଗୋଟିଏ ଦିନ ବି ଡିଏମଏକ ପାଇଁ ପ୍ରଚାର ନ କରି ବିିଜୟଙ୍କୁ ସମର୍ଥନ ଦେବ ବୋଲି କହୁଛି ? ଏବେ ଚିନ୍ତା କରନ୍ତୁ ଏମାନଙ୍କ ଆଇଡୋଲିଜି କଣ ? କେମିତିି ଲୋକେ ଏମାନଙ୍କୁ ଭରଷା କରିବେ ? କାହିଁକି ଲୋକେ କଂଗ୍ରେସକୁ ଭୋଟ ଦେବେ ?
ଆମ ଲୋକତନ୍ତ୍ର ଶାସକ ଦଳ ଷ୍ଟ୍ରଙ୍ଗ ହେବା ଯେତିକି ଜରୁରୀ ତା ଠୁ ବେଶୀ ଅଧିକ ବିରୋଧି ଦଳ ଷ୍ଟ୍ରଙ୍ଗ ହେବା , ଆଉ ଏପଟେ କଂଗ୍ରେସର ଏହି କାମ ସବୁ ପାଇଁ ଲୋକେ ତାଙ୍କୁ ବିରୋଧି ଦଳ ହିସାବରେ ବି ଦେଖିବା ବନ୍ଦ କରିଦେଲେଣି।


