ଆଜି ଆମେ ଯେଉଁ ଖବର ଉପରେ ଆଲୋଚନା କରିବାକୁ ଯାଉଛୁ, ତାହା କେବଳ ଗୋଟିଏ ରାଜନୈତିକ ଦଳର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ, ବରଂ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶାର ଭବିଷ୍ୟତ ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଏକଚ୍ଛତ୍ର ଭାବରେ ଶାସନ କରିଥିବା ଏକ ବିରାଟ ରାଜନୈତିକ ଦଳ- ବିଜୁ ଜନତା ଦଳ ବା ବିଜେଡି, ଆଜି ପ୍ରକୃତରେ କେଉଁ ଦିଗକୁ ଗତି କରୁଛି?

ଆପଣମାନେ ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନର ଫଳାଫଳ ଦେଖିଲେ। ବିଜେଡିର ୬ ଜଣ ବିଧାୟକ କ୍ରସ୍ ଭୋଟ୍ କଲେ ଏବଂ ଦଳରୁ ନିଲମ୍ବିତ ମଧ୍ୟ ହେଲେ। କିନ୍ତୁ ଏହି ଘଟଣା ପଛରେ ଲୁଚି ରହିଥିବା ଅସଲ ଖେଳ କ’ଣ? କ’ଣ ପାଇଁ ବିଜେଡି ଆଜି ନିଜର ଆଭ୍ୟନ୍ତରୀଣ ସ୍ଥିତି ହରାଉଛି?
ଏହି ସମସ୍ତ ଘଟଣାକ୍ରମ ପଛରେ ରହିଛି ଏକ ବିରାଟ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ଏବଂ ଏକ ଅତି ଗୁପ୍ତ ଟ୍ରଷ୍ଟର କାହାଣୀ। ଆଜି ଆମେ ତାହାରି ଉପରୁ ଆଲୋଚନା କରିବା। ବିଜେଡିର ଦଳୀୟ ପାଣ୍ଠି, ଭୁବନେଶ୍ୱରର ନବୀନ ନିବାସ, ଏବଂ ନୂଆଦିଲ୍ଲୀର ୩, ଡକ୍ଟର ଏ.ପି.ଜେ ଅବ୍ଦୁଲ କଲାମ ରୋଡ୍ରେ ଥିବା ବାସଭବନ ଏବେ ପ୍ରକୃତରେ କାହା କବ୍ଜାରେ ଅଛି? ଆସନ୍ତୁ ଜାଣିବା ଏହିସବୁ ସମ୍ପତ୍ତି ଉପରେ କାହାର ନଜର।
ରାଜ୍ୟସଭା ନିର୍ବାଚନର ଭୂକମ୍ପ

ରାଜ୍ୟସଭା ନିର୍ବାଚନ କେବଳ ଏକ ସାଧାରଣ ନିର୍ବାଚନ ନ ଥିଲା; ଏହା ଥିଲା ଏକ ବିରାଟ ରାଜନୈତିକ ଭୂକମ୍ପର ପୂର୍ବାଭାସ। ବିଜୁ ଜନତା ଦଳ ଏବଂ କଂଗ୍ରେସ ମଧ୍ୟରେ ଥିବା ଗୋପନ ରାଜନୈତିକ ସମୀକରଣ ବା ଭାଗିଦାରୀ ଆଜି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଭାବେ ପଦାରେ ପଡ଼ିଯାଇଛି। ବିଜେଡିର ୬ଜଣ ବିଧାୟକ ବିଜେଡି ସମର୍ଥନରେ କ୍ରସ୍ ଭୋଟିଂ କଲେ। ଏହା ପ୍ରମାଣ କରୁଛି ଯେ ପରଦା ପଛରେ କେଉଁଭଳି ଭାବରେ କାରବାର ଚାଲିଛି।
କିନ୍ତୁ ଏହାର ଦୂରଗାମୀ ପ୍ରଭାବ କାହା ଉପରେ ପଡ଼ିବ? ବିଜେଡି ଯେଉଁ ଦଳ ଗୋଟିଏ ସମୟରେ ବିଜେପିଠାରୁ ମଧ୍ୟ ଅଧିକ ଭୋଟ୍ ପାଉଥିଲା, ଆଜି ତା’ର ସ୍ଥିତି ଏତେ ଦୁର୍ବଳ କାହିଁକି ହେଲା? ନବୀନ ବାବୁଙ୍କର ନିଜ ଦଳ ଉପରେ, ନିଜ ବିଧାୟକଙ୍କ ଉପରେ ଆଉ କୌଣସି ନିୟନ୍ତ୍ରଣ ନାହିଁ ବୋଲି ସ୍ପଷ୍ଟ ବାରି ହୋଇପଡ଼ୁଛି। ଗୋଟିଏ ସମୟ ଥିଲା ଯେତେବେଳେ ନବୀନ ପଟ୍ଟନାୟକଙ୍କ ଗୋଟିଏ ନିର୍ଦ୍ଦେଶରେ ସମଗ୍ର ଦଳ ପରିଚାଳିତ ହେଉଥିଲା। ବିଧାୟକମାନେ ଆଖି ବନ୍ଦ କରି ତାଙ୍କ ନିଷ୍ପତ୍ତିକୁ ମାନି ନେଉଥିଲେ। କିନ୍ତୁ ଆଜି ଅବସ୍ଥା ଏମିତି ହୋଇଛି ଯେ, ବରିଷ୍ଠ ନେତାମାନେ, ଯେଉଁମାନେ ଦଳ ପାଇଁ ନିଜର ଝାଳନାଳ ବୁହାଇଛନ୍ତି, ଯେଉଁମାନେ ଦଳର ପ୍ରକୃତ ଶକ୍ତି ଥିଲେ, ସେମାନେ ଆଜି ନିଜେ ଅସହାୟ ବୋଧ କରୁଛନ୍ତି।
/odishatv/media/post_attachments/uploadimage/library/16_9/16_9_0/naveen-patnaik-lawn-naveen-nivas_1623321015.jpg)
ନବୀନ ବାବୁଙ୍କ ସ୍ୱାସ୍ଥ୍ୟଗତ କାରଣ ହେଉ କିମ୍ବା ଅନ୍ୟ କୌଣସି ଚାପ, ସେ ଆଜି ନିଜକୁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ସମ୍ପୂର୍ଣ୍ଣରୂପେ ସମର୍ପଣ କରିଦେଇଛନ୍ତି ବୋଲି ରାଜନୈତିକ ମହଲରେ ଦୃଢ଼ ଚର୍ଚ୍ଚା ହେଉଛି। ଆଉ ଏହି ସମର୍ପଣ ହିଁ ବିଜେଡିର ପତନର ମୂଳ କାରଣ ପାଲଟିଛି।”
କାଠପୁତଳି ଏବଂ ପପେଟ୍ ମାଷ୍ଟର

“ଆପଣମାନେ ପିଲାଦିନେ କଣ୍ଢେଇ ନାଚ ନିଶ୍ଚୟ ଦେଖିଥିବେ। ଗୋଟିଏ ମଞ୍ଚ ଉପରେ କଣ୍ଢେଇ ନାଚୁଥାଏ, ଦର୍ଶକ ତାଳି ମାରୁଥାନ୍ତି। କିନ୍ତୁ ତା’ର ସୂତା କାହା ହାତରେ ଥାଏ? ପରଦା ପଛରେ ଲୁଚି ରହିଥିବା ଜଣେ ବ୍ୟକ୍ତି ବା ପପେଟ୍ ମାଷ୍ଟର (Puppet Master) ହାତରେ। ଆଜିର ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ ଠିକ୍ ସେହି କଣ୍ଢେଇ ନାଚ ପରି।
ରାଜନୈତିକ ସମୀକ୍ଷକମାନେ କହୁଛନ୍ତି, ନବୀନ ବାବୁ ଆଜି ସେହି କଣ୍ଢେଇ ସାଜିଛନ୍ତି, ଆଉ ତାଙ୍କର ସୂତା ଧରିଛନ୍ତି ‘ଭୈରବ କାର୍ତ୍ତିକେୟନ ପାଣ୍ଡିଆନ’ ଅର୍ଥାତ୍ ଭି.କେ. ପାଣ୍ଡିଆନ। ଜୁନ୍ ୯ ତାରିଖ ଦିନ ଯେତେବେଳେ ନୂଆ ସରକାର ଶପଥ ଗ୍ରହଣ କଲେ, ସେତେବେଳେ ଘୋଷଣା କରାଗଲା ଯେ ଭି.କେ. ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ। ସେ ଓଡ଼ିଶାବାସୀଙ୍କୁ କହିଲେ ଯେ ସେ ଦୂରେଇ ଯିବେ। କିନ୍ତୁ ବାସ୍ତବରେ କ’ଣ ସେ ଦୂରେଇ ଗଲେ? ଆଦୌ ନୁହେଁ! ସେ କେବଳ ପରଦା ପଛକୁ ଚାଲିଗଲେ ଏବଂ ସେହି ଅନ୍ଧାର ଭିତରୁ ଦଳର ସମସ୍ତ ନିଷ୍ପତ୍ତିକୁ ନିୟନ୍ତ୍ରଣ କରୁଛନ୍ତି।

ରାଜ୍ୟସଭା ପ୍ରାର୍ଥୀ ଚୟନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଡକ୍ଟର ଦତ୍ତେଶ୍ୱର ହୋତାଙ୍କ ପରି ଜଣେ ବ୍ୟକ୍ତି, ଯାହାଙ୍କୁ ଓଡ଼ିଶାର ବହୁତ କମ୍ ଲୋକ ଜାଣନ୍ତି, ତାଙ୍କୁ ହଠାତ୍ ରାଜ୍ୟସଭାକୁ ପ୍ରାର୍ଥୀ କରାଗଲା। କିଏ କଲେ ଏହି ଆଶ୍ଚର୍ଯ୍ୟଜନକ ଚୟନ? ଦଳର କୋର୍ କମିଟି? ନା… ଏହି ନିଷ୍ପତ୍ତି ଥିଲା ଭି.କେ. ପାଣ୍ଡିଆନଙ୍କର। ଅନ୍ୟପକ୍ଷରେ, ଦୀର୍ଘ ବର୍ଷ ଧରି ଦଳର ନିଷ୍ଠାପର କର୍ମୀ ଥିବା, ଆଗଧାଡ଼ିର ଯୋଦ୍ଧା ଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଗଲା। ସନ୍ତୃପ୍ତ ମିଶ୍ର, ଯିଏକି ଦଳରେ ସମ୍ପୂର୍ଣ୍ଣ ନୂଆ, ତାଙ୍କୁ ନବୀନ ବାବୁଙ୍କ ‘ରାଜନୈତିକ ସଚିବ’ ଭାବରେ ନିଯୁକ୍ତି ଦିଆଗଲା। ଏସବୁ କ’ଣ ଇଙ୍ଗିତ କରୁଛି? ଏହା ଇଙ୍ଗିତ କରୁଛି ଯେ ଦଳର ପ୍ରକୃତ କ୍ଷମତା ଆଉ ନବୀନ ବାବୁଙ୍କ ହାତରେ ନାହିଁ। ମୁଖ୍ୟାଳୟର ଚାବିକାଠି ଏବେ ଅନ୍ୟ କାହା ହାତରେ।”
ରହସ୍ୟମୟ ଟ୍ରଷ୍ଟର ଗୁମର

ଏବେ ଆସିବା ସବୁଠାରୁ ଚାଞ୍ଚଲ୍ୟକର ଏବଂ ବିସ୍ଫୋରକ ତଥ୍ୟ ଉପରେ। ଆପଣମାନେ କେବେ ‘ବିଜୁ ନବୀନ ଇନ୍ସପିରେସ୍ନାଲ ଫାଉଣ୍ଡେସନ୍ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ’ ନାମ ଶୁଣିଛନ୍ତି କି? ବୋଧହୁଏ ନାହିଁ। କିନ୍ତୁ ଏହି ଅଜଣା ଟ୍ରଷ୍ଟ ହିଁ ଓଡ଼ିଶା ରାଜନୀତିର ଏବଂ ବିଜେଡିର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛି।
ଦିଲ୍ଲୀର ଏକ ଗୋପନୀୟ ଦଲିଲ ବା ଡିଡ୍ ଏବେ ସାମ୍ନାକୁ ଆସିଛି, ଯାହା ମେ ମାସ ୭ ତାରିଖ, ୨୦୨୪ ରେ ପ୍ରସ୍ତୁତ କରାଯାଇଥିଲା। ଏହି ଟ୍ରଷ୍ଟର ମୁଖ୍ୟ ସଦସ୍ୟମାନେ କିଏ ଜାଣିଛନ୍ତି? ଭି.କେ. ପାଣ୍ଡିଆନ (ଭୈରବ କାର୍ତ୍ତିକେୟ), ସନ୍ତୃପ୍ତ ମିଶ୍ର ଏବଂ ଅଶୋକ ନାମକ ଜଣେ ବ୍ୟକ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ନବୀନ ପଟ୍ଟନାୟକ ଏକ ଲିଖିତ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ଯେଉଁଥିରେ ସେ ସ୍ପଷ୍ଟ ଭାବେ ଲେଖିଛନ୍ତି, “I have no objection to Biju Naveen Inspirational Foundation Public Charitable Trust having its office in my premises at 3, Dr. APJ Abdul Kalam Road, New Delhi.”
ଅର୍ଥାତ୍, ଦିଲ୍ଲୀରେ ଥିବା ନବୀନ ବାବୁଙ୍କର ନିଜସ୍ୱ ବାସଭବନକୁ (ଯାହା ପୂର୍ବରୁ ୩, ଔରଙ୍ଗଜେବ ରୋଡ୍ ନାମରେ ପରିଚିତ ଥିଲା) ଏହି ଟ୍ରଷ୍ଟର କାର୍ଯ୍ୟାଳୟ ପାଇଁ ବ୍ୟବହାର କରିବାକୁ ସେ ବିନା ଦ୍ୱିଧାରେ ଅନୁମତି ଦେଇଛନ୍ତି।

କିନ୍ତୁ ଏହି ଟ୍ରଷ୍ଟର ପ୍ରକୃତ ଉଦ୍ଦେଶ୍ୟ କ’ଣ? କୁହାଯାଉଛି ଓଡ଼ିଶାରେ ଚାରିଟେବୁଲ୍ ବା ସେବାମୂଳକ କାର୍ଯ୍ୟ କରିବା। ଯଦି ଓଡ଼ିଶାରେ ସେବା କରିବାର ଅଛି, ଓଡ଼ିଶାର ପାଣି ପବନରେ ଲୋକଙ୍କ ପାଖରେ ପହଞ୍ଚିବାର ଅଛି, ତେବେ ଟ୍ରଷ୍ଟର କାର୍ଯ୍ୟାଳୟ ଦିଲ୍ଲୀରେ କାହିଁକି? ଆଉ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଟ୍ରଷ୍ଟରେ ଦଳର କୌଣସି ବରିଷ୍ଠ ନେତା, ଉପସଭାପତି, କିମ୍ବା ସାଧାରଣ ସମ୍ପାଦକଙ୍କୁ ସ୍ଥାନ କାହିଁକି ମିଳିଲା ନାହିଁ? କେବଳ ଏହି ତିନିଜଣ ବ୍ୟକ୍ତି କାହିଁକି ଏହି ଟ୍ରଷ୍ଟର ମଙ୍ଗ ଧରିଛନ୍ତି? ରାଜନୈତିକ ମହଲରେ ଏବେ ଦୃଢ଼ ଆଶଙ୍କା ପ୍ରକାଶ ପାଉଛି ଯେ, ଭୁବନେଶ୍ୱରର ନବୀନ ନିବାସ, ଦିଲ୍ଲୀର ବାସଭବନ ଏବଂ ବିଜୁ ଜନତା ଦଳର କୋଟି କୋଟି ଟଙ୍କାର ବିପୁଳ ପାଣ୍ଠିକୁ ଏହି ପ୍ରାଇଭେଟ୍ ଟ୍ରଷ୍ଟ ମାଧ୍ୟମରେ ହାତେଇ ନେବା ପାଇଁ ଏହା ଏକ ସୁଚିନ୍ତିତ ମାଷ୍ଟରପ୍ଲାନ୍।”
ବିଜୁ ବାବୁଙ୍କ ଆଦର୍ଶ ସହ ବିଶ୍ୱାସଘାତକତା

ଆପଣ ଟିକେ ପଛକୁ ଫେରି ଦେଖନ୍ତୁ। ବିଜୁ ଜନତା ଦଳର ଗଠନ କାହା ନାମରେ ହୋଇଥିଲା? ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ। ତାଙ୍କର ଆଦର୍ଶ, ତାଙ୍କର ସ୍ୱାଭିମାନ ଏବଂ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କର ଥିବା ଅତୁଟ ଭଲପାଇବା ହିଁ ଏହି ଦଳର ମୂଳଦୁଆ ଥିଲା। କିନ୍ତୁ ଆଜି ଦଳ ଭିତରେ ‘ବିଜୁ ପ୍ରେମ’ କେବଳ ଏକ ଲୋକଦେଖାଣିଆ, ଭୋଟ୍ ସାଉଁଟିବା ଶବ୍ଦ ପାଲଟିଯାଇଛି।

ଗତ ୨୦୨୪ ନିର୍ବାଚନ ପୂର୍ବରୁ ଆପଣମାନେ ନିଶ୍ଚୟ ଲକ୍ଷ୍ୟ କରିଥିବେ, ବିଜେଡିର ପୋଷ୍ଟର ଏବଂ ବ୍ୟାନରରୁ ହଠାତ୍ ବିଜୁ ବାବୁଙ୍କ ଫଟୋ ଗାଏବ ହୋଇଗଲା। କେବଳ ଗୋଟିଏ ଛୋଟିଆ ଫଟୋ ସାଇଡ୍ରେ ରହିଲା, ଏବଂ ବାକି ସବୁ ସ୍ଥାନ ନବୀନ ବାବୁ ଏବଂ ପାଣ୍ଡିଆନଙ୍କ ବିରାଟ ଫଟୋ ଦ୍ୱାରା ପୂରଣ ହେଲା। ଏହା କ’ଣ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଘୋର ଅପମାନ ନୁହେଁ? ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ଦେବୀ ଏହାକୁ ନେଇ କଠୋର କ୍ଷୋଭ ପ୍ରକାଶ କରିଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ନବୀନ ବାବୁଙ୍କୁ ବିଜୁ ବାବୁଙ୍କ ଅଭିଶାପ ଲାଗିବ। ବିଜୁ ବାବୁଙ୍କ ଆଦର୍ଶକୁ ଭୁଲିଯାଇ ଯେଉଁମାନେ ଆଜି ଦଳକୁ କବ୍ଜା କରିବାକୁ ବସିଛନ୍ତି, ଦଳର ସମ୍ପତ୍ତି ଉପରେ ଆଖି ପକାଇଛନ୍ତି, ସେମାନେ ନିଶ୍ଚିତ ରୂପେ ଏହାର ଭୟଙ୍କର ପରିଣାମ ଭୋଗିବେ।
ଆଜି ନବୀନ ବାବୁ ପ୍ରାୟତଃ ଏକ ‘ହାଉସ୍ ଆରେଷ୍ଟ’ ବା ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ବୋଲି ଅନେକ ଆଲୋଚନା ହେଉଛି। ସେ ପୁରୀ ଯାଉଛନ୍ତି ଜଗନ୍ନାଥଙ୍କ ଦର୍ଶନ ପାଇଁ, କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣରୂପେ ଏକ ସୁନିୟୋଜିତ ସ୍କ୍ରିପ୍ଟ ଅନୁଯାୟୀ କରାଯାଉଛି। ଦଳର ସାଧାରଣ କର୍ମୀ, ଯିଏ ଦିନରାତି ଖରା ବର୍ଷାରେ ପରିଶ୍ରମ କରି ଦଳକୁ ଗଢ଼ିଥିଲା, ସେ ଆଜି ନବୀନ ନିବାସର ଫାଟକ ଭିତରକୁ ପ୍ରବେଶ କରିପାରୁନାହିଁ। ଦଳର ବରିଷ୍ଠ ନେତାମାନେ ଆଜି ମୁଣ୍ଡରେ ହାତ ଦେଇ ବସିଛନ୍ତି, କାରଣ ସେମାନଙ୍କର କୌଣସି କ୍ଷମତା, କୌଣସି ସ୍ୱର ଆଉ ଦଳ ଭିତରେ ନାହିଁ।”
ଅନ୍ତିମ କବ୍ଜା ଏବଂ ଭବିଷ୍ୟତ
“ସନ୍ତୃପ୍ତ ମିଶ୍ର, ଯିଏ ଏହି ଟ୍ରଷ୍ଟର ଅନ୍ୟତମ ମୁଖ୍ୟ, ସେ ଜଣେ ପୂର୍ବତନ ଆଇନଜୀବୀ ମଧ୍ୟ ଥିଲେ। ସେ ବହୁତ ଭଲ ଭାବରେ ଜାଣନ୍ତି ଯେ ଏକ ଟ୍ରଷ୍ଟ ଡିଡ୍ର ଆଇନଗତ ଦିଗ କ’ଣ ହୋଇପାରେ। କିପରି ଏହାକୁ ପ୍ରସ୍ତୁତ କରାଯିବ ଯାହାଦ୍ୱାରା ସମ୍ପତ୍ତି ଏବଂ ପାଣ୍ଠି ସବୁଦିନ ପାଇଁ ସେମାନଙ୍କ ନିୟନ୍ତ୍ରଣରେ ସୁରକ୍ଷିତ ରହିବ। ଏହି ଟ୍ରଷ୍ଟ ହେଉଛି ଅପରିବର୍ତ୍ତନୀୟ ବା ‘ଇର୍ରିଭୋକେବଲ୍’ । ଅର୍ଥାତ୍, ଥରେ ଏହି ଟ୍ରଷ୍ଟ ଗଠନ ହୋଇଗଲା ପରେ, ଏହାର ନିଷ୍ପତ୍ତିକୁ ଭବିଷ୍ୟତରେ କେହି ସହଜରେ ବଦଳାଇ ପାରିବେ ନାହିଁ।

ଏହାର ସିଧାସଳଖ ଅର୍ଥ ହେଉଛି, ଭବିଷ୍ୟତରେ ବିଜେଡିର ନିୟନ୍ତ୍ରଣ, ଏହାର ପାଣ୍ଠି, ଏହାର ବିପୁଳ ସମ୍ପତ୍ତି ସବୁକିଛି ଏହି ‘ତଥାକଥିତ ସନ୍ନ୍ୟାସୀ’ ଏବଂ ତାଙ୍କର ହାତଗଣତି ସହଯୋଗୀମାନଙ୍କ ପକେଟରେ ରହିବ।
ବିଜୁ ଜନତା ଦଳ ଯେଉଁଠି ଆଜି ଏକ ଭୟଙ୍କର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି, ସେଠାରେ ଦଳର ସର୍ବୋଚ୍ଚ ନେତା ନିଜର ଆଖି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଯେଉଁ ନେତାମାନେ ଦିନେ ଦମ୍ଭର ସହ କହୁଥିଲେ ଯେ ବିଜେଡି ହେଉଛି ପୂର୍ବ ଭାରତର ଏକମାତ୍ର ଆଞ୍ଚଳିକ ଶକ୍ତି ଯିଏ କେନ୍ଦ୍ର ବିରୋଧରେ ଆଖିରେ ଆଖି ମିଶାଇ ଲଢ଼ିପାରିବ, ସେମାନେ ଆଜି ନିଜ ଦଳ ଭିତରେ ହିଁ ଏକ ପ୍ରାଇଭେଟ୍ ଟ୍ରଷ୍ଟ ହାତରେ ବନ୍ଧା ପଡ଼ିଛନ୍ତି। ଯେଉଁ ୮ ଜଣ ନେତା ଏକ ସ୍ୱତନ୍ତ୍ର ଗୋଷ୍ଠୀ ତିଆରି କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି, ସେମାନେ ମଧ୍ୟ ଅତ୍ୟନ୍ତ ନିରାଶ ଏବଂ କିଙ୍କର୍ତ୍ତବ୍ୟବିମୂଢ଼। ନବୀନ ବାବୁଙ୍କ ପାଖରେ ଏବେ ବି ସମୟ ଅଛି, ନିଜର ନିୟନ୍ତ୍ରଣ ଫେରାଇ ଆଣିବାକୁ, ନିଜର ପୁରୁଣା ସୈନିକମାନଙ୍କ ଉପରେ ବିଶ୍ୱାସ ସ୍ଥାପନ କରିବାକୁ। କିନ୍ତୁ ସେ ତାହା କରୁନାହାନ୍ତି। ଏହି ନିରବତା, ଏହି ଆତ୍ମସମର୍ପଣ ବିଜୁ ଜନତା ଦଳର ଶେଷ ଅଧ୍ୟାୟ ଲେଖିବାକୁ ଯାଉନାହିଁ ତ?”
ବିଦାୟ ନେବା ସମୟ

“ଏହି ସମସ୍ତ ଘଟଣାକ୍ରମ ଆମକୁ ଗୋଟିଏ କଥା ବାରମ୍ବାର ମନେ ପକାଇ ଦେଉଛି ଯେ, ରାଜନୀତିରେ କେହି କାହାର ସ୍ଥାୟୀ ମିତ୍ର କିମ୍ବା ଶତ୍ରୁ ନୁହଁନ୍ତି। କିନ୍ତୁ କ୍ଷମତା ଏବଂ ସମ୍ପତ୍ତିର ଲୋଭ ବହୁତ ବଡ଼ ବଡ଼ ସାମ୍ରାଜ୍ୟକୁ ମଧ୍ୟ ଆଖିପିଛୁଳାକେ ଧ୍ୱଂସ କରିଦିଏ। ଓଡ଼ିଶାର ସାଧାରଣ ଜନତା, ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ନିଜର ଅମାପ ଭଲପାଇବା ଏବଂ ଅଖଣ୍ଡ ବିଶ୍ୱାସ ଦେଇଥିଲେ, ସେମାନେ ଆଜି ଏହି ଦୃଶ୍ୟ ଦେଖି ନିଶ୍ଚିତ ରୂପେ ମର୍ମାହତ। ପ୍ରକୃତ ମାଲିକ ଆଜି ଶକ୍ତିହୀନ ହୋଇ ବସିଛନ୍ତି, ଆଉ ପରଦା ପଛର ଲୋକମାନେ ରାଜ୍ୟର ସବୁଠାରୁ ବଡ଼ ରାଜନୈତିକ ସମ୍ପତ୍ତିକୁ ହାତେଇ ନେବାକୁ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଲେଣି।
also read : https://purvapaksa.com/a-shower-of-promises-in-5-states-real-issues-buried-once-again/


