ସାମସଙ୍ଗ ଲଭର୍ସଙ୍କ ପାଇଁ ଖୁସିର ଖବର । ସାମସଙ୍ଗ ଭାରତ ସମେତ ବିଶ୍ୱ ବଜାରରେ ତାଙ୍କର ନୂଆ Galaxy S26 ସିରିଜ୍ ଲଞ୍ଚ କରିଛି । ଏହି ସିରିଜ୍ରେ ତିନୋଟି ମଡେଲ୍ ଉପସ୍ଥାପିତ- Galaxy S26, Galaxy S26 Plus ଓ Galaxy S26 Ultra । ଗତବର୍ଷ ଲଞ୍ଚ ହୋଇଥିବା S25 ସିରିଜ୍ ର ଅପଗ୍ରେଡ୍ ଏବଂ ନୂଆ ଫିଚର୍ସ ସହିତ ଏହି ଫୋନ୍ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଯାଉଛି।

ଡିଜାଇନ୍ ଓ ଡିସପ୍ଲେ
Galaxy S26 ଓ S26 Plus ରେ ଡିଜାଇନ୍ ପୂର୍ବ ସିରିଜ୍ ସହ ସମାନ ରହିଛି କିନ୍ତୁ କ୍ୟାମେରା ମଡ୍ୟୁଲ୍ ଡିଜାଇନ୍ ଟିକେ ଭିନ୍ନ । ଉଭୟ ଫୋନରେ ଏକ ଭର୍ଟିକାଲ୍ ଆଲାଇନ୍ଡ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି ।
Galaxy S26 ରେ ୬.୩ ଇଞ୍ଚ FHD+ Dynamic AMOLED 2X ଡିସପ୍ଲେ ଏବଂ S26 Plus ରେ ୬.୭ ଇଞ୍ଚ QHD+ Dynamic AMOLED 2X ଡିସପ୍ଲେ ଅଛି । ଉଭୟ ଫୋନରେ Corning Gorilla Glass 2 ଆର୍ମର ସହିତ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଓ ପଞ୍ଚ-ହୋଲ୍ ଡିସପ୍ଲେ ରହିଛି ।
ପ୍ରୋସେସର ଓ ପରଫର୍ମାନ୍ସ
ସମସ୍ତ ମଡେଲ୍ରେ Qualcomm Snapdragon 8 Elite Gen 5 ପ୍ରୋସେସର ଅଛି । କିଛି ଦେଶରେ Exynos 2600 ଚିପ ସେଟ୍ ବ୍ୟବହୃତ । ଉଭୟ ଫୋନରେ 12GB RAM ଓ 512GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ସମର୍ଥିତ ।
କ୍ୟାମେରା ବିଶେଷତା
Galaxy S26 ଓ S26 Plus ରେ 50MP ମେନ୍ କ୍ୟାମେରା 12MP ଅଲ୍ଟ୍ରା-ୱାଇଡ୍ ଏଙ୍ଗଲ୍ କ୍ୟାମେରା ଓ 10MP ଟେଲିଫଟୋ କ୍ୟାମେରା ସହିତ OIS ସମର୍ଥିତ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଟେଲିଫଟୋ କ୍ୟାମେରା 3x ଅପ୍ଟିକାଲ୍ ଜୁମ୍ ସମର୍ଥନ କରେ । ସେଲଫି ପାଇଁ 12MP ଫ୍ରଣ୍ଟ କ୍ୟାମେରା ଅଛି।
ସଫ୍ଟୱେର ଓ AI ଫିଚର୍ସ
ଏହି ଫୋନ୍ Android 16 ଉପରେ OneUI 8 ସହିତ ଚାଲିବ। Galaxy AI ଫିଚର୍ସ ଓ Google Gemini AI ସହିତ ଆସିଛି। ସମସ୍ତ ଫୋନ୍କୁ 7 ବର୍ଷ ସେପ୍ଟି ଅପଡେଟ୍ ମିଳିବ।
ବ୍ୟାଟେରୀ ଓ ଚାର୍ଜିଂ
![]()
Galaxy S26 ରେ 4300mAh ଓ S26 Plus ରେ 4900mAh ବ୍ୟାଟେରୀ ଅଛି। ଷ୍ଟାଣ୍ଡାର୍ଡ ମଡେଲ୍ 25W ୱାୟର୍ଡ ଓ 15W ୱାୟାରଲେସ୍ ଚାର୍ଜିଂ ସମର୍ଥନ କରିଥାଏ, ଯେଉଁଥିରେ S26 Plus 45W ୱାୟର୍ଡ ଓ 15W ୱାୟାରଲେସ୍ ଚାର୍ଜିଂ ସହିତ ଆସିଛି। ଦୁଇଟି ଫୋନ୍ IP68 ରେଟିଂ ସହିତ ଆସିଛି।
ମୂଲ୍ୟ ଓ ଉପଲବ୍ଧତା
Galaxy S26 ଏବଂ S26 Plus ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ- 12GB RAM + 256GB ଓ 12GB RAM + 512GB। S26 ର ମୂଲ୍ୟ ୮୭,୯୯୯ ଟଙ୍କାରୁ ଆରମ୍ଭ ହେବା ସହିତ S26 Plus ୧୧୯,୯୯୯ ଟଙ୍କାରୁ ଆରମ୍ଭ ହେବ। ଫୋନ୍ ପାଞ୍ଚଟି ରଙ୍ଗରେ- Cobalt Violet, Sky Blue, Black, White, Silver Shadow, ଏବଂ Pink Gold ଉପଲବ୍ଧ। ଏହି ସମସ୍ତ ଫିଚର୍ସ ଓ ବ୍ୟାଟେରୀ ସମର୍ଥନ ସହିତ Galaxy S26 ସିରିଜ୍ ଫୋନ୍ ପ୍ରେମୀଙ୍କ ପାଇଁ ଜବରଦସ୍ତ ଅନୁଭୂତି ଦେବ।
also read https://purvapaksa.com/sim-binding/
ମାର୍ଚ୍ଚ ୧ରୁ ସିମ୍ ବାଇଡିଂ ନିୟମ , ନମ୍ବର ବଦଳାଇଲେ ଆକାଉଣ୍ଟ ବନ୍ଦ ।। SIM Binding


